Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ଭୁବନେଶ୍ୱର,୩୧/୦୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ୨୦୨୪ ଆଜିଠାରୁ କେରଳର ପାଲକ୍କଡ ଠାରେ ଆରମ୍ଭ ହୋଇଛି । ଏହି ବୈଠକ ତିନିଦିନ ଧରି ଅନୁଷ୍ଠିତ ହେବ । ୨ ସେପ୍େଟମ୍ବରରେ ଶେଷ ହେବ । ଏହି ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ, ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତାତ୍ରେୟ ହୋସବଲେଙ୍କ ସମେତ ସଂଘର ସମସ୍ତ ଛଅ ସହ-ସରକାର୍ଯ୍ୟବାହ ଏବଂ ଅନ୍ୟ ଅଖିଳ ଭାରତୀୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ରାଷ୍ଟ୍ରସେବିକା ସମିତିର ପ୍ରମୁଖ ସଂଚାଳିକା ମା. ଶାନ୍ତାକାଜୀ, ପ୍ରମୁଖ କାର୍ଯ୍ୟବାହିକା ସୀତା ଅନ୍ନଦାନମ, ବନବାସୀ କଲ୍ୟାଣ ଆଶ୍ରମର ଅଧ୍ୟକ୍ଷ ଶ୍ରୀ ସତ୍ୟେନ୍ଦ୍ର ସିଂହ,ପୂର୍ବ ସୈନିକ ସେବା ପରିଷଦର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେ.ଜେନେରାଲ ବି.କେ.ଚତୁର୍ବେଦୀ, ଅଖିଳ ଭାରତୀୟ ଗ୍ରାହକ ପଂଚାୟତର ଅଧ୍ୟକ୍ଷ ନାରାୟଣ ଭାଇ ଶାହା, ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଲୋକ କୁମାର, ସାଧାରଣ ସଂପାଦକ ଶ୍ରୀ ବଜରଙ୍ଗ ବାଗଡା, ଅଖିଳ ଭାରତୀୟ ବିଦ୍ୟାର୍ôଥ ପରିଷଦର ସଂଗଠନ ମନ୍ତ୍ରୀ ଶ୍ରୀ ଆଶିଷ ଚୌହାନ, ଭାରତୀୟ ଜନତା ପାର୍ଟର ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା, ସାଧାରଣ ସମ୍ପାଦକ ସଂଗଠନ ଶ୍ରୀ ବି.ଏଲ.ସନ୍ତୋଷ,ବିଦ୍ୟା ଭାରତୀର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ରାଓ, ଭାରତୀୟ ମଜଦୁର ସଂଘର ଅଧ୍ୟକ୍ଷ ଶ୍ରୀ ହିରଣମୟ ପାଣ୍ଡ୍ୟା, ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡ.ରାକେଶ ପଣ୍ଡିତଙ୍କ ସମେତ ୩୨ଟି ସଂଘ ପ୍ରେରିତ ବିବିଧ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ, ସଂଗଠନ ମନ୍ତ୍ରୀ ଏବଂ ପ୍ରମୁଖ ପଦାଧିକାରୀ ତଥା ସମସ୍ତ ସଂଗଠନର ମହିଳା ପ୍ରତିନିଧିମାନଙ୍କ ସହିତ ପ୍ରାୟ ୩୦୦ କାର୍ଯ୍ୟକର୍ତା ଅଂଶଗ୍ରହଣ କରିଛନ୍ତି ।

ଏହି ବୈଠକରେ ବିବିଧ ସଂଗଠନର କାର୍ଯ୍ୟକର୍ତାମାନେ ସେମାନଙ୍କର କାର୍ଯ୍ୟର ସୂଚନା ଏବଂ ଅନୁଭବର ଆଦାନ ପ୍ରଦାନ କରିବେ । ରାଷ୍ଟ୍ରହିତର ବିଭିନ୍ନ ବିଷୟ ସନ୍ଦର୍ଭରେ ଯଥା, ବର୍ତମାନର ପରିଦୃଶ୍ୟ, ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ତଥା ସାମାଜିକ ପରିବର୍ତନର ଅନ୍ୟାନ୍ୟ ଆୟାମ ଏବଂ ଯୋଜନା ବିଷୟରେ ଏହି ବୈଠକରେ ଆଲୋଚନା ହେବ । ଏ ସମସ୍ତ ସଂଗଠନ ବିଭିନ୍ନ ବିଷୟ ଉପରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟକୁ ଆହୁରି ଅଧିକ ବଢାଇବା ପାଇଁ ଆବଶ୍ୟକ ଉପାୟ କୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା କରିବେ ।

Leave a Reply