Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା-ଶିଶୁ, ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଧାଡ଼ି ଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା-ଶିଶୁ, ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଧାଡ଼ି ଦର୍ଶନ

ଶ୍ରୀମନ୍ଦିର ବଜେଟ୍କୁ ପରିଚାଳନା କମିଟିର ଅନୁମୋଦନ ର ବଜେଟ୍ ସମ୍ପର୍କରେ ବହୁ ସମୟ ଧରି ବୈଠକରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୦୩ କୋଟି ଟଙ୍କାର ବଳକା ବଜେଟ୍ ହୋଇଛି । ରାଜ୍ୟ ସରକାର ଶ୍ରୀମନ୍ଦିର କର୍ପସ ପାଣ୍ଠିକୁ ୫୦୦ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଜସ୍ୱ ଏଫଏମ ରେଡ଼ିଓ ସେଂଟର ଖୋଲାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଆଡ଼ପ ପହଣ୍ଡି ଅଘଟଣର ତଦନ୍ତ ସମ୍ପର୍କରେ ତିନି ଜଣିଆ କମିଟି ଦେଇଥିବା ରିପୋର୍ଟ ପୁରୀ, ୩୦ ।୮: ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଭିତର ଓ ବାହାର କବାଟ ସୁନା ଛାଉଣି ହେବ ବୋଲି ଆଜି ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ୨୦୨୪-୨୫ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଗକୁ ଯେପରି ଏପରି ଅଘଟଣ ନଘଟେ, ସେଥିପ୍ରତି ଦୃଷ୍ଟି ଦେବାକୁ ସଭ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ମହାପ୍ରଭୁଙ୍କ ଜମି ଗୁଡିକ ଡିଜିଟାଇଜେସନ କରାଯିବ । ଜିପିଏସ ସର୍ଭେ ସହ ଓରସାକ ଏହି କାର୍ଯ୍ୟ ସମ୍ପାଦନ କରିବ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରତ୍ନଭଣ୍ଡାର ମରାମତି କରିବା ପରେ ଏହାର କବାଟ ଗୁଡିକ ସୁନା ଛାଉଣି କରାଯିବ । ଅନ୍ୟପକ୍ଷରେ ଶ୍ରୀ ପାଢୀ କହିଛନ୍ତି ଯେ, ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ । ଶିଶୁ, ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ନାଟମଣ୍ଡପରୁ ସିନ୍ଧୁକ, ଆଲମିରା ଓ ଅନ୍ୟାନ୍ୟ ଜିନିଷକୁ କଢ଼ାଯାଇ ସଫା କରାଯିବ ଓ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା

Leave a Reply