ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ କ୍ରୀଡ଼ା ଦିବସ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଆଚାର୍ଯ୍ୟ ଶୁକଦେବ ସାହୁ ହକି ଖେଳର ଖେଳାଳି ଧ୍ୟାନଚାନ୍ଦଙ୍କ ସମ୍ପର୍କରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଡ.ରମଣୀ ରଞ୍ଜନ ଦାସ ବିଭିନ୍ନ ଖେଳ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ଶିଶୁ ଭାଇ ଭଉଣୀ ମାନେ ସ୍ଥାନୀୟ ଖେଳ ବୋହୂଚୋରି, କବାଡ଼ି, ଚୁ, ଖପରା ଡିଆଁ, କିଲି ବାଡ଼ି,ଠିଆ ପୁଚି, ବସା ପୁଚି, ବାଟି, ଗୁଡି ଟେକା, ହୀରା ଚୋରି, ଟାୟାର ଗୋଡାଇବା, ଲୁଚ୍ ଲୁଚାଣି, ପାହାଡ଼ ପାଣି ଇତ୍ୟାଦି ଖେଳ ଆନନ୍ଦରେ ଖେଳିବା ସହ ସ୍ଥାନୀୟ ଖେଳ ମନେ ପକାଇ ଉତ୍ସାହିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *