Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଓ ମାତୃସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଓ ମାତୃସମ୍ମିଳନୀ


ବ୍ରହ୍ମପୁର : ସ୍ଥାନୀୟ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ମାତୃ ସମ୍ମିଳନୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚାରୋଟି ପର୍ଯ୍ୟାୟରେ ପାଳିତ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ମୁଖ୍ୟବକ୍ତା ଭାବେ ମମତା ପଟ୍ଟନାୟକ, ଦିବ୍ୟଜୀବନ ସଂଘର ପ୍ରବଚକ ଶ୍ରୀଧର ଦାସ ଦିବ୍ୟ ପ୍ରବଚନଦେଇ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ଜନ୍ମାଷ୍ଟମୀର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଅପରାହ୍ନରେ ବିଦ୍ୟାଳୟର ସମସ୍ତ ଅଭିଭାବିକା ମା’ ମାନଙ୍କୁ ନେଇ ଏକ ଭବ୍ୟ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ମାତୃସମ୍ମିଳନୀରେ ବହୁ ସଂଖ୍ୟକ ଅଭିଭାବିକା ମା’ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୈକ୍ଷିକ ପ୍ରଶାସକ ଉମାଧବ ମହାନ୍ତି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରି ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ମା’ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତାଭାବେ ଦୁରଦର୍ଶନର ପୂର୍ବତନ ନିଦେ୍ର୍ଦଶକ ଡ. ଶାନ୍ତନୁ କୁମାର ରଥ ନିଜର ସାରଗର୍ଭକ ଭାଷ୍ୟ ମାଧ୍ୟମରେ ମା’ମାନଙ୍କର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ମଞ୍ଚାସୀନ ଅତିଥି ଭାବରେ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ଏସ୍. ମୋହନ୍ ରାଓ, ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ସୁରେଶ କୁମାର ଆଚାର୍ଯ୍ୟ, ସହ- ପ୍ରଧାନାଚାର୍ଯ୍ୟ ଜଟେଶ୍ୱର କର, ପରିଚାଳନା ସମିତି ସମ୍ପାଦକ ନାରାୟଣ ପଣ୍ଡା, ସଭାପତି ଜୀବାନନ୍ଦ ତ୍ରିପାଠୀ, କୋଷାଧ୍ୟକ୍ଷ ସୋମନାଥ ନନ୍ଦ, ନରସିଂହ ଚୌଧୁରୀ, ହରିକୃଷ୍ଣ ପାଢ଼ୀ ଓ ସଦସ୍ୟ ରାଜେନ୍ଦ୍ର ଡାକୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ପରିଶେଷରେ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସୁରେଶ କୁମାର ଆଚାର୍ଯ୍ୟ ଶିଶୁମାନଙ୍କ କୃତିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନଛୁଅାଁ ରଙ୍ଗମଞ୍ଚୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply