ଶିଶୁମନ୍ଦିରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଗଣିତ ବିଜ୍ଞାନମେଳା ଉଦ୍ୟାପିତ


ଗୁଣପୁର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ବିଭାଗ(କୋରାପୁଟ ଓ କଳାହାଣ୍ଡି ବିଭାଗ) ଓ ସମ୍ଭାଗ ସ୍ତରୀୟ ଗଣିତ ବିଜ୍ଞାନ ମେଳାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ଗୁଣପୁର ପୌରପରିଷଦର ପୌରାଧ୍ୟକ୍ଷା ମମତା ଗୌଡ ମୁଖ୍ୟଅତିଥି ଭାବ ଯୋଗଦେଇଥିବାବେଳେ ଦକ୍ଷିଣ ସଂଭାଗ ସଭାପତି ରୁପ ସିଂ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଉକ୍ତ ମେଳାରେ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ସଂକୁଳ ଅନୁସାରେ ଚୟନିତ ମେଧାବୀ ଛାତ୍ର ଛାତ୍ରୀ ୬ଷ୍ଠ ରୁ ୧ ୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪୦ ଜଣ ଯୋଗଦାନ କରିଥିଲେ ।ଉକ୍ତ ମେଳାରେ ଗଣିତ ଓ ବିଜ୍ଞାନ ପ୍ରକଳ୍ପ, ପତ୍ର ବାଚନ, ପ୍ରୟୋଗ ଓ ପ୍ରଶ୍ନମଞ୍ଚ ଗୁଡିକର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷା ବିକାଶ ସମିତି ଦକ୍ଷିଣ ସଂଭାଗର ବିଭାଗ ସହ ନିରୀକ୍ଷକ ମାଧବ ଶତପଥୀ, ବିଷ୍ଣୁ ଚରଣ ଦାଶ ଓ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ କର୍ଣ୍ଣ ନାୟକ ସଂପୂର୍ଣ୍ଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ । ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ, ସଂପାଦକ ସୋମନାଥ ଗୌଡ, ସଭାପତି ବି ଗଜପତି ରାଓ କୋଷାଧ୍ୟକ୍ଷ ପି ଗୋବିନ୍ଦ ରାଓ, ଉପସଭାପତି ମୋହନ ଚନ୍ଦ୍ର ସାହୁ ଓ ସଦସ୍ୟା ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ଏତତ୍ ବ୍ୟତୀତ ଜିଲ୍ଲା ସହ ପ୍ରମୁଖ କୃଷ୍ଣପ୍ରସାଦ ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାୟଗଡ ଜିଲ୍ଲା ସଂଘଚାଳକ ନନ୍ଦୀକେଶ୍ୱର ଚୌଧୁରୀ, ଜିଲ୍ଲା କାର୍ଯ୍ୟବାହ ଦିଲୀପ କୁମାର ପଣ୍ଡା ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ତଥା ବିସ୍ତାରକ ପ୍ରଭାତ କୁମାର ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ବିଜ୍ଞାନ ଓ ଗଣିତ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ବିଭାଗ ଓ ସମ୍ଭାଗ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସମସ୍ତ ବିଜ୍ଞାନ ଗୁରୁଜୀଗୁରୁମାଙ୍କ ସହିତ ଅନ୍ୟାନ୍ୟ ଗୁରୁଜୀଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave a Reply