Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱହିନ୍ଦୁ ପରିଷଦ, ଉମରକୋଟ ତରଫରୁ ଜନ୍ମାଷ୍ଟାମୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱହିନ୍ଦୁ ପରିଷଦ, ଉମରକୋଟ ତରଫରୁ ଜନ୍ମାଷ୍ଟାମୀ ପାଳିତ

ଉମରକୋଟ: ବିଶ୍ୱହିନ୍ଦୁ ପରିଷଦ, ଉମରକୋଟ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ସ୍ଥାନୀୟ ଗୁଲିପାଟଣା ବାବା ବୈଦ୍ୟନାଥ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ସହ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଓ ସମାଜସେବୀ ଜୟଦେବ ପରିଡା, ସମ୍ମାନୀୟ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି କୃପାରମ ସାହୁ, ଜିଲ୍ଲା ସଂଯୋଜକ ବାଲକୃଷ୍ଣ ପଟ୍ଟନାୟକ, ସମ୍ପାଦକ ସୁନିଲ ବେହେରା ଓ ଉପସଭାପତି ପ୍ରଭାତୀ ଦେବନାଥ ଯୋଗ ଦେଇଥିଲେ । ସଭାର ଆରମ୍ଭରେ ସମସ୍ତ ଅତିଥିମାନେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବାଳକୃଷ୍ଣ ପଟନାୟକ । ସହରର ବିଭନ୍ନ ବିଦ୍ୟାଳୟ ଓ ବିଭିନ୍ନ ୱାର୍ଡର ପ୍ରାୟ ଶହେ ଛୋଟ ଛୋଟ ପିଲାମାନେ ରାଧା ଓ କୃଷ୍ଣ ବେଶରେ ସେମାନଙ୍କ ବାପା,ମାଙ୍କ ସହ କାର୍ଯ୍ୟକ୍ରମ ଅବସରରେ ହେଉଥିବା ରାଧାକୃଷ୍ଣ ବେଶ ଓ ଅଭିନୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଛୋଟ ପିଲାମାନଙ୍କ ବେଶ ସହ ଭଗବତ ଗୀତା ଶ୍ଳୋକ ଆବୃତ୍ତି ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ବିଚାରକ ଭାବେ କନିଷ୍ଠ ବର୍ଗ ପାଇଁ ଶିବଶଙ୍କର ପତି, ରାମ ନାୟକ, ଶାନ୍ତିଲତା ମହାନ୍ତି ଓ ବରିଷ୍ଠ ବର୍ଗ ପାଇଁ ବାବୁରାମ ସାହୁ, ସମୀର ପ୍ରଧାନ, ପ୍ରଭାତୀ ଦେବନାଥ ନିଯୁକ୍ତ ହୋଇଥିଲେ । ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନରେ ଅଭିଷେକ ପଣ୍ଡା, ଆରିଆନ୍ସ ପଟ୍ଟନାୟକ, ଦ୍ୱିତୀୟ ସ୍ଥାନରେ ପ୍ରଣବ ପ୍ରକାଶ ରାଉତ, ଗିରିଶ ନନ୍ଦ, ତୃତୀୟ ସ୍ଥାନରେ ଆର୍ଯ୍ୟଜିତା ନାୟକ, ସ୍ୱୟମ ରଞ୍ଜନ ସାବତ, ଅଙ୍କିତା ସ୍ୱାଇଁ ଓ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ହରପ୍ରସାଦ ଦଳେଇ, ଦ୍ୱିତୀୟ ସ୍ଥାନରେ ଶ୍ରୀଦୀପ୍ତା ଆଚାର୍ଯ୍ୟ, ତୃତୀୟ ସ୍ଥାନରେ ନିକୁଞ୍ଜ ନାୟକ କୃତକାର୍ଯ୍ୟ ହୋଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ଭଗବତ ଗୀତା ପୁସ୍ତକ ପୁରସ୍କାର ଅର୍ପଣ କରାଯାଇଥିଲା । ଅନ୍ୟ ପ୍ରତିଯୋଗୀମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ସହ ମନ୍ଦିର କମିଟି ତରଫରୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ଶ୍ରେୟାନସି ଶାନ୍ତ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦର ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଅଞ୍ଜନ କୁମାର ଜେନା, ଅଜିତ ସ୍ୱାଇଁ, କିଶୋର ସାହୁ, ଅଶୋକ ପାତ୍ର, ଡଃ ଉମେଶ ସାହୁ, ବିଷ୍ଣୁ ପ୍ରସାଦ ପଟନାୟକକ, ଝୁନା ପରିଡା, ସୁବାସ ବିଶୋଇ, ମହେନ୍ଦ୍ର ଦାସ, ଟୁଲୁ ସାହୁ, ଶ୍ରୀନବାସ ପଟନାୟକ, ଯତୀନ ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ଆର୍ମ କର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏଥିରେ ପ୍ରାୟ ୩ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave a Reply