Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ: ଆଇନ ମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ରନôଭଣ୍ଡାରରେ ସୁଡ଼ଙ୍ଗ ଅଛି କି ? ରନôଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ । ଏସବୁର ସର୍ଭେ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନ ଭଣ୍ଡାର ମରାମତି କରାଯିବ । ଏହାପରେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଆଇନ ମନ୍ତ୍ରୀ କହିଛନ୍ତି, ୧୯୭୮ ମସିହା ଡାଟାବେସ୍ ଅନୁଯାୟୀ ମେଳକ କରାଯିବ ଅଳଙ୍କାର । ରତ୍ନ ଭଣ୍ଡାର ତଦାରଖ କରିବ ଏଏସଆଇ ଉଚ୍ଚସ୍ତରୀୟ ଟିମ୍ । ଖୁବଶୀଘ୍ର ପ୍ରନôତତ୍ତ୍ୱ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ । ଏଏସଆଇ ଟିମକୁ ଆସିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ବାହାର ଓ ଭିତର ରନôଭଣ୍ଡାରରୁ ମହାପ୍ରଭୁଙ୍କର ରନô ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ପରେ ଖାଲି ସିନ୍ଦୁକ ଓ ଆଲମିରାକୁ ବି କରାଯାଇଛି ସ୍ଥାନାନ୍ତର । ଭିତର ଓ ବାହାର ରନôଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply