୧୦ମ ଶ୍ରେଣୀ ବାଳକକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜଣେ ୧୦ମ ଶ୍ରେଣୀ ବାଳକକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।ପୁଲିସ ଇନଫର୍ମର ସନ୍ଦେହରେ ଏହି ଛାତ୍ରକୁ ପିଟିପିଟି ହତ୍ୟା କରିଛନ୍ତି। ଛାତ୍ର ଜଣକ ହେଲେ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅନ୍ତର୍ଗତ ପୁରଭି ଗ୍ରାମର ସୋୟାମ ଶଙ୍କର।ଛାତ୍ର ଜଣକ ସ୍କୁଲ ପୋଷାକ ମଧ୍ୟ ପିନ୍ଧିଛନ୍ତି। ଏହା ପୂର୍ବରୁ ଗତ ଦଶ ଦିନ ତଳେ ମୃତ ଶଂକରଙ୍କ ବଡ ଭାଇ ସୋୟାମ ଦ୍ରୁବକୁ ମଧ୍ୟ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।ଶବକୁ ରାସ୍ତାରେ ଫିଙ୍ଗି ନକ୍ସଲ ଜଂଗଲକୁ ଚାଲିଯାଇଥିଲେ। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ଶଂକର ଜୀବନ ଚାଲିଯାଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ତଦନ୍ତ ଆରମ୍ଭକରିଛି। ସୁରକ୍ଷାକର୍ମୀ ଏହି ଅଂଚଳରେ କମ୍ବିଂ ଆରମ୍ଭ କରିଛନ୍ତି। ନକ୍ସଲ ଏବେ ଛାତ୍ରକୁ ମଧ୍ୟ ଟାର୍ଗେଟ କଲେଣି, ଯାହାକୁ ନେଇ ସୁକମା ଅଂଚଳରେ କୋକୂଆ ଭୟ ସୃଷ୍ଟି ହୋଇଛି। ନକ୍ସଲଙ୍କର ଏଭଲି ହିଂସାକୁ ସାଧାରଣରେ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *