ଜଳେଶ୍ଵର ଅଧିବକ୍ତା ପରିଷଦ ଦ୍ୱାରା ଅଖଣ୍ଡ ଭାରତ ଦିବସ

ଜଳେଶ୍ଵର ଅଧିବକ୍ତା ପରିଷଦ ଦ୍ୱାରା ଅଖଣ୍ଡ ଭାରତ ଦିବସ ଉପଲକ୍ଷେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ନୂଆବଜାର ଭଞ୍ଜ କଲ୍ୟାଣ ମଣ୍ଡପ ରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜଳେଶ୍ଵର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ପ୍ରଧାନ ଯୋଗଦେଇ ” ବିଭାଜନ ବିଭୀଷିକା” ର କରୁଣ କାହାଣୀ କୁ ତୋଳି ଧରିଥିଲେ। ସମ୍ମାନିତ ଅତିଥି ଭାବରେ ଜଳେଶ୍ଵର ନଗର ର ମାନନୀୟ ସଂଘଚାଳକ ଶ୍ରୀଯୁକ୍ତ ରାଧାଶ୍ୟାମ ଦାସ ସଂଘ ଅଖଣ୍ଡ ଭାରତ ଦିବସ ର ତାତ୍ପର୍ଯ୍ୟ ଆଜି ହିନ୍ଦୁ ଜନମାନସ ରେ ପ୍ରତିଫଳିତ କରିପାରିଛି।ମୁଖ୍ୟ ଅତିଥି ରୂପେ ଓଡିଶା ପୂର୍ବ ପ୍ରାନ୍ତ ର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ମନୀନ୍ଦ୍ର ସୁନ୍ଦର ଦାସ ଯୋଗଦେଇ ଆଜି ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟ ଉଲ୍ଲେଖ କରି ସେତେବେଳେ ବିଭାଜନ ବିଭୀଷିକା ରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରକୁ ମନେପକାଇ ଦେଇଥିଲେ ଏବଂ ଭବିଷ୍ୟତରେ ହିନ୍ଦୁ ଯଦି ସଂଗଠିତ ନ ହୁଏ ପୁନର୍ବାର ଭାରତ ଖଣ୍ଡ ବିଖଣ୍ଡ ହୋଇଯିବ। ତେଣୁ କରି ଭାରତ ର ପୁତ୍ର ରୂପୀ ସମାଜ ସଂଗଠିତ ହେଲେ ଅଖଣ୍ଡ ଭାରତ ର ସ୍ବପ୍ନ ପୁଣି ସାକାର ହୋଇପାରିବ ବୋଲି ମହାପୁରୁଷ ମାନେ ଭବିଷ୍ୟ ବାଣୀ କରିଛନ୍ତି। ଅଧିବକ୍ତା ପରିଷଦର ଜିଲ୍ଲା ସଂପାଦକ ଅରୂପ କୁମାର ଜେନା କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଶିଶୁ ମନ୍ଦିର ର ପୂର୍ବତନ ଛାତ୍ରୀ କୁମାରୀ ଋତ୍ବିକା ଭଞ୍ଜ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ନଗର ର ସଂଖ୍ୟାଧିକ ଅଧିବକ୍ତା ଏବଂ ବୁଦ୍ଧିଜୀବି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *