Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବତିମିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବତିମିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ରଘୁନାଥପୁର: ବିରିଡି ବ୍ଲକରଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବତିମିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୨ ତମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଜୟା ସୁବାସିନୀ ମହାପାତ୍ରଙ୍କ ଅଧ୍‌ଯକ୍ଷତାରେ ଆୟୋଜିତ ମେଳାକୁ ପୂର୍ବତନ ସମ୍ପାଦକ ତଥା ଉପଦେଷ୍ଠା ସୁଧାକର ସ୍ୱାଇଁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ବର୍ତ୍ତମାନର ସମ୍ପାଦକ ବିକ୍ରମ ଦାଶ ,ଯୁଗ୍ମ ସମ୍ପାଦକ ବଳରାମ ମଲ୍ଲିକ, କୋଷ ।ଧକ୍ଷା ମନୋରମା ବାରିକ, ସଦସ୍ୟ ପ୍ରମୋଦ ଲେଙ୍କା, ପ୍ରଧାନ ଆଚାର୍ଯ୍ୟ । ସୁବାସିନୀ ମହାପାତ୍ର, ବିଜ୍ଞାନ ପ୍ରମୁଖ ହରିହର ସାହୁ ସାମିଲ ହୋଇଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ମଧୁସୂଦନ ନାୟକ ଙ୍କ ସଞ୍ଚାଳନାରେ ଶିଶୁ ମନ୍ଦିରର ୫୩ ଜଣ ଶିଶୁ ବୈଜ୍ଞାନିକ ମାନେ ନିଜ ନିଜର ବିଷୟ ଭିତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହାର ଉଦଯାପନ ଓ ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ବିକ୍ରମ ଦାଶ, କେଦାରେଶ୍ୱର ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ସ୍ୱାଇଁ, ପ୍ରଧାନ ଆଚାଜ୍ୟା ସୁବାସିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କୁନି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା, ସହାୟକ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply