ଭଦ୍ରକରେ ବନ୍ୟା : ସ୍ୱୟଂସେବକମାନଙ୍କ ଦ୍ଵାରା ଶୁଖିଲାଖାଦ୍ୟ ବଣ୍ଟନ
ଭଦ୍ରକ : ଲଘୁଚାପ ବର୍ଷାରେ ସାଳନ୍ଦୀ ନଦୀରେ ପ୍ଜବଳ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ସହର ପୁରୁଣା ବଜାର ସ୍ଥିତ ମହାବୀର ପଡ଼ିଆ ଜେନା ସାହି ଅଞ୍ଚଳ ଏହି ବନ୍ୟାରେ ପ୍ରଭାବିତ ହୋଇଛି । ସମସ୍ତ ଘର ଜଳ ଘେରରେ ଥିବା ସହ କିଛି ମାଟି ଘର ଭାଙ୍ଗି ଯାଇଥିବାରୁ ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକମାନେ ା ଏହି ସମୟରେ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭଦ୍ରକ ନଗରର ସ୍ୱୟଂସେବକ ମାନେ ସେମାନଙ୍କ ପାଖରେ ଦେବଦୂତ ଭଲି ଛିଡା ହୋଇଛନ୍ତି । ସ୍ୱୟଂସେବକ ମାନଙ୍କ ଦ୍ବାରା ବନ୍ୟା ପ୍ରଭାବିତ ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ , ମଶା ଧୂପ ,ଦିଆସିଲି ଏବଂ ମହମବତୀ ବଣ୍ଟନ କରାଯାଇଅଛି ।