Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟପାଳଙ୍କୁ ଭେଟିଲେ ଅନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟପାଳଙ୍କୁ ଭେଟିଲେ ଅନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ର ମଙ୍ଗଳବାର ଦିନ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷତ କରିଛନ୍ତି । ରୁଷିଆ ଓ ୟୁରୋପର ୫୬୪୨ ମିଟର ଉଚ୍ଚରେ ଅବସ୍ଥିତ ମାଉଂଟ ଏଲ୍‌ବ୍ରସ ଶୃଙ୍ଗ ଆରୋହଣ ପାଇଁ ଯିବା ପୂର୍ବରୁ ବିଭାରାଣୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସଫଳତା ନିମନ୍ତେ ଆଶୀର୍ବାଦ ସହିତ ଆର୍ôଥକ ସହାୟତା କାମନା କରିଥିଲେ । ବିଭାରାଣୀଙ୍କୁ ରାଜ୍ୟପାଳ ଶ୍ରୀ ଦାସ ତାଙ୍କ ଦୁଃସାହାସିକ ଅଭିଯାନରେ ସଫଳତା ହାସଲ କରିବା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଅଭିଯାନ ନିମନ୍ତେ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ ।

Leave a Reply