ବଜରଙ୍ଗ ଦଳର ଚାରାରୋପଣ କାର୍ଯ୍ୟକ୍ରମ

ବଜରଙ୍ଗ ଦଳର ଚାରାରୋପଣ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ:ବଜରଙ୍ଗ ଦଳର କୁରିଗାଁ ପଞ୍ଚାୟତ ଶାଖା ପକ୍ଷରୁ \’ମା\’ ପାଇଁ ଗଛଟିଏ\’ ଆହ୍ୱାନ ଦିଆଯାଇ ବୁଧବାର ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଦେବଦତ୍ତ ଦାସ, ଥାନା ଅଧିକାରୀ ଅଜୟ ବାଗେ, ଅବସରପ୍ରାପ୍ତ ଅଧିକାରୀ ମହେଶ୍ୱର ନାୟକ, ବୈଷ୍ଣବ ନାୟକ, ଉପେନ୍ଦ୍ର ମହାପାତ୍ର, ସୁଦର୍ଶନ ସାମଲ, ରବୀନ୍ଦ୍ର ଦେଓ ଅତିଥି ଭାବେ ଯୋଗଦେଇ ଚାରାରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ଚାରା ରୋପଣ କରିଥିଲେ । ବଜରଙ୍ଗ ଦଳ କୁରିଗାଁ ଶାଖା ସଂଯୋଜକ ପ୍ରକାଶ ନାୟକ, ସହ ସଂଯୋଜକ ହିମାଂଶୁ ଶେଖର ବେହେରା, ଆକାଶ ବିନ୍ଧାଣି, ଦେବବ୍ରତ ସେଠୀ, ଚିତ୍ତରଞ୍ଜନ ଦାଶ,ପ୍ରଦୀପ ଖଣ୍ଡୁଆଳ,ଦଶରଥ ବିନ୍ଧାଣି ପ୍ରମୁଖଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *