Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୨ ଦିନ ପରେ ବିଶ୍ୱ ଦେଖିବ ଆଦିତ୍ୟ ଏଲ୍‌-୧ର କରିସ୍ମା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୨ ଦିନ ପରେ ବିଶ୍ୱ ଦେଖିବ ଆଦିତ୍ୟ ଏଲ୍‌-୧ର କରିସ୍ମା

ବେଙ୍ଗାଲୁରୁ : ଭାରତୀୟ ମହକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ତାଙ୍କର ପ୍ରଥମ ସୂର୍ଯ୍ୟ ମିସନ ଆଦିତ୍ୟ ଏଲ୍‌-୧କୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି । ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-୩ ଭଳି ସୂର୍ଯ୍ୟମିସନର ସଫଳତାକୁ ଲାଇଭ ପ୍ରସାରଣ କରିଯିବ । ସେ କହିଛନ୍ତି ଯେ ୬ ଜାନୁୟାରୀ ୨୦୨୪ରେ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ନିକଟତମ ଏଲୱାନ୍ ପଏଣ୍ଟରେ ପହଞ୍ଚିବ । ତେବେ ଏହା କେତେବେଳେ ପହଞ୍ଚିବ ତାହା ଏପର୍ଯ୍ୟନ୍ତ ର୍ନିଦ୍ଧାରିତ ହୋଇ ନାହିଁ । ଇସ୍ରୋଙ୍କ ପ୍ଲାନିଂ ମୁତାବକ ଏହି ଇଭେଣ୍ଟ ଲାଗି ଏବେ ୧୨ରୁ ୧୩ ଦିନ ସମୟ ଅଛି । ଏହି ଐତିହାସିକ ଅବସରକୁ ଇସ୍ରୋଙ୍କ ପକ୍ଷରୁ ତାଙ୍କ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ ପ୍ରସାରଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଇସ୍ରୋ ସେପେ୍‌ଚମ୍ବର ୨ ତାରିଖ ଦିନ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୧କୁ ସଫଳତା ପୂର୍ବକ ପ୍ରକ୍ଷେପଣ କରିଥିଲେ । ଏହା ସୂର୍ଯ୍ୟଙ୍କ ଏଲ-ୱାନ୍ ପଏଣ୍ଟ ପର୍ଯ୍ୟନ୍ତ ଯାତ୍ରା କରିବ ।ଏହା ପୂର୍ବରୁ ଡିସେମ୍ବର ୨ ତାରିଖ ଦିନ ଇସ୍ରୋ ଆଦିତ୍ୟ ଏଲ-୧କୁ ନେଇ ବଡ଼ ଅପଡେଟ୍ ଦେଇଥିଲେ । କହିଥିଲେ ଯେ ଆଦିତ୍ୟ ଏଲ-୧ରେ ଲାଗିଥିବା ପେଲୋଡ ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକ୍ଲ ଏକ୍ସପେରିମେଣ୍ଟ କାମ କରିବା ଆରମ୍ଭ କରିଦେଇଛି । ଏହି ଉପକରଣ ସୌର ପବନରେ ଆୟନ, ମୁଖ୍ୟରୂପେ ପ୍ରୋଟନ ଓ ଆଲଫା କଣିକାକୁ ସଫଳତା ପୂର୍ବକ ମାପିଥିଲା । ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକ୍ଲ ଏକ୍ସପେରିମେଣ୍ଟ (ଏଏସପିଇଏକ୍ସ) ଦୁଇଟି ଅତ୍ୟାଧୁନିକ ଉପକରଣ ସୋଲାରୱିଣ୍ଡ ଆୟୋନ ସ୍ପେକ୍ଟ୍ରୋମିଟର (ଏସଡବ୍ଲୁଆଇଏସ) ଓ ସୁପ୍ରାଥର୍ମଲ ଆଣ୍ଡ ଏନର୍ଜେଟିକ୍ ପାର୍ଟିକ୍ଲ ସ୍ପେକ୍ଟ୍ରୋମିଟର (ଏସଟିଇପିଏସ୍‌) ରହିଛି ।ଏହି ଦୁଇ ଉପକରଣ ସୌର ପବନ, ସୂର୍ଯ୍ୟ ପୃଷ୍ଠର ପରିବେଶ ଓ ଏଥି ଯୋଗୁ ପୃଥିବୀ ଉପରେ ପଡୁଥିବା ପ୍ରଭାବର ଅଧ୍ୟୟନ କରିବୟ ଆଦିତ୍ୟ ଏଲ୧ରେ ଲାଗିଥିବା ପେଲୋଡ ଦ୍ୱାରା ଇସ୍ରୋଙ୍କୁ ସୌର ବାୟୁ ସମ୍ପର୍କରେ ବେଶ୍ ସୂଚନା ମିଳିଛି । ଏହି ମିସନ ମାଧ୍ୟମରେ ଇସ୍ରୋ ବୈଜ୍ଞାନିକଙ୍କୁ ସୌର ବାୟୁ ଯୋଗୁ ପୃଥିବୀ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଜଣାପଡିବ । ଏଥିରେ ମହାକାଶ ପାଗକୁ ନେଇ ମଧ୍ୟ ବେଶ୍ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

Leave a Reply