ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗର ରେ ବିଭିନ୍ନ ପଡା କୁ ବଣ୍ଟନ

ବଲାଙ୍ଗିର :ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗର ରେ ବିଭିତ୍ତ ପଡା କୁ ସ୍ଥାନୀୟ ରାଧାରାଣୀ ପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୋମ ଯଜ୍ଞ ପୂଜନ ସହିତ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଖଲିଆପାଲି, ରାଧାରାଣୀପଡା, ବଜରଙ୍ଗ ନଗର,ଶାସ୍ତ୍ରୀ ନଗର, ଠିକାଦାର ପଡା, ପେଲେସ ଲାଇନ୍‌, ମହାଲକ୍ଷ୍ମୀନଗର, ଇଚ୍ଛାପଡା, କନ୍ଧପାଲିପଡା, ସାଲେପାଲି, ଲର୍କିପାଲି, ସତ୍ୟନାରାୟଣ ପଡା, ଇନ୍ଦିରା ନଗର, ତୁଲସୀ ନଗର, କୋଶଲ ନଗର, ଶାନ୍ତିପଡା, ବୈଜନ୍ତି ପଡା, ହାତୀ ପଡା,ସୁଦ ପଡା, ଖଦାଲ ପଡା,ମାଳପଡା, ବ୍ରାହ୍ମଣ ପଡା ରୁ ଶତାଧିକ ମହିଳା ଓ ପୁରୁଷ ଶ୍ରୀରାମ ଭକ୍‌ତ କଳସ ଗ୍ରହଣ କରି ଶୋଭାଯାତ୍ରା ସହିତ ନିଜ ପଡା ସ୍ଥିତ ମନ୍ଦିର କୁ ନେଇ ସ୍ଥାପନା କରିଥିଲେ ।

Leave a Reply

Your email address will not be published. Required fields are marked *