ଶିକ୍ଷା ବିକାଶ ସମିତିଙ୍କର ପ୍ରାନ୍ତ ଖୋଖୋ ପ୍ରତିଯୋଗିତା ଉଦଘାଟିତ

କଟକ : ଗତ ଶନିବାର ଦିନ ସରସ୍‌ତୀ ବିଦ୍ୟା ମନ୍ଦିର, (ଆବାସିକ ) କେଶବଧାମ, ଗତିରାଉତପାଟଣା, କଟକ ଠାରେଶିକ୍ଷା ବିକାଶ ସମିତିଙ୍କର ୨ଦିନିଆ ପ୍ରାନ୍ତ ଖୋଖୋ ଚମ୍ପିଆନସିପ୍ ଉଦ୍ଘାଟିତ ହୋଇ ଯାଇଅଛି । ଏହି ପ୍ରତିଯୋଗିତାରେ ପ୍ରାନ୍ତ ଶାରୀରିକ ସଂଯୋଜକ ଶ୍ରୀଯୁକ୍‌ତ ବଳରାମ ସାହୁ, ପ୍ରାନ୍ତ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର, ଅଖିଳ ଭାରତୀୟ କବାଡି ସଂଯୋଜକ ବିଭୂତି ଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ରହି ଖେଳର ଗୁରୁô ସମ୍ବନ୍ଧରେ ମାର୍ଗଦର୍ଶନ ସହ ଖେଳକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ । ଉତ୍ତର ପୂର୍ବ ସଂଭାଗ ସଂଯୋଜକ ତୁଷାର ରଂଜନ ଦାଶ ଅତିଥି ଓ ଅଧିକାରୀଙ୍କ ପରିଚୟ ଏବଂ ପ୍ରଧାନାଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ବ୍ୟବସ୍ଥା ସୂଚନା ପ୍ରଦାନ କରିଥିଲେ । ପ୍ରତିଯୋଗିତା ସମ୍ବନ୍ଧୀୟ ସୂଚନା ପ୍ରାନ୍ତ ଖେଳକୁଦ ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଓ ପ୍ରାନ୍ତ ଖେଳକୁଦ ପ୍ରମୁଖ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ପ୍ରଦାନ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ୯ଟି ସମ୍ଭାଗରୁ ବିଭିତ୍ତ ବର୍ଗର ୯ଟି ଖୋଖୋ ଟିମ୍ ଓ ପ୍ରାୟ ୧୦ ଜଣ କ୍ରୀଡ଼ା ପରିଚାଳକ ଉପସ୍ଥିତ ରହି ଖୋଖୋ ପ୍ରତିଯୋଗିତା ପରିଚାଳନା କରୁଛନ୍ତି । ସମସ୍ତ ବ୍ୟବସ୍ଥାକୁ ଦେଖୁଥିବା କଟକ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ରାହାସ ବିହାରୀ ମହାପାତ୍ର , କେନ୍ଦ୍ରାପଡ଼ା ବିଭାଗ ନିରୀକ୍ଷକ ଡଃ ଲକ୍ଷ୍ମଣ ମହାନ୍ତ ଏବଂ ସ୍ଥାନୀୟ ବିଦ୍ୟାମନ୍ଦିରର ସେବାବ୍ରତୀ ଆଚାର୍ଯ୍ୟ ଓ କର୍ମଚାରୀମାନେ ଉପସ୍ଥିତ ରହି ଆୟୋଜନର ସଫଳତା ପାଇଁ ଲାଗିଛନ୍ତି । ଆସନ୍ତାକାଲି ୧୪ ତାରିଖରେ ଏହି ପ୍ରତିଯୋଗିତାର ସମାରୋପ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *