ଭାରତ ବିକାଶ ପରିଷଦର ସ୍ଥାପନା ଦିବସ

ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତ ତରଫରୁ ଭାରତ ବିକାଶ ପରିଷଦର 62 ତମ ସ୍ଥାପନା ଦିବସ ବୁଧବାର ରେଡକ୍ରସ ଭବନରେ ପ୍ରକ୍ଷାଳୟରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦୀପ ପ୍ରଜ୍ବଳନ କରାଯାଇ ଭାରତ ମାତା, ପରିଷଦର ଆଦର୍ଶ ସ୍ଵାମୀ ବିବେକାନନ୍ଦ ଏବଂ ପରିଷଦର ପ୍ରତିଷ୍ଠାତା ସୁରଜ ପ୍ରକାଶଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରଯାଇଥିଲା। ଏହି ଅବସରରେ ଓଡ଼ିଶା ପୂର୍ବପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଭାରତ ବିକାଶ ପରିଷଦର ସ୍ଥାପନା ଏବଂ ଏହାର ଲକ୍ଷ ବିଷୟରେ ବିସ୍ତୃତ ଭାବେ ପ୍ରତିପାଦିତ କରିଥିଲେ।

ଏଥିରେ ଅତିଥିଭାବେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱଚ୍ଛ ସୁସ୍ଥ ପରିବେଶ ଏବଂ ଏହାର ସୁରକ୍ଷା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀୟ ଅତିଥିଭାବେ ଭାରତ ବିକାଶ ପରିଷଦର ସମ୍ପର୍କ ଆୟମ୍ ର ଅଖିଳ ଭାରତୀୟ ସଦସ୍ୟ ଡ. ଅଶୋକ କୁମାର ମହାପାତ୍ର ଯୋଗଦେଇ ଭାରତ ବିକାଶ ପରିଷଦର ସଦସ୍ୟ ମାନେ କିପରି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେବା କାର୍ଯ୍ୟ କରିପାରି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଓଡ଼ିଶା ପୂର୍ବ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ମଞ୍ଚ ସଂଚାଳନା କରିଥିବାବେଳେ କ୍ଷେତ୍ରୀୟ ଯୁଗ୍ମ ମହାସଚିବ ସୁବାଶିଷ କର, କ୍ଷେତ୍ରୀୟ ମହିଳା ବାଳବିକାଶ ମହାସଚିବ ସୁପ୍ରିତି ରଥ, ଓଡ଼ିଶା ପୂର୍ବ ପ୍ରାନ୍ତର ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ବାଇଁ, ସଙ୍ଗଠନ ସଚିବ ରାମ ଚନ୍ଦ୍ର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଉପସଭାପତି ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *