Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାହୁଲ ସମଗ୍ର ହିନ୍ଦୁ ସମାଜ ନିକଟରେ କ୍ଷମା ମାଗନ୍ତୁ- ଡ. ଅରୁଣ ପାଣି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାହୁଲ ସମଗ୍ର ହିନ୍ଦୁ ସମାଜ ନିକଟରେ କ୍ଷମା ମାଗନ୍ତୁ- ଡ. ଅରୁଣ ପାଣି


କୁଜଙ୍ଗ : ବିଶ୍ୱହିନ୍ଦୁପରିଷଦ ସହସତସଙ୍ଗ ପ୍ରମୁଖ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଜ୍ୟୋତିର୍ବିଦ ଡ଼ ଅରୁଣ କୁମାର ପାଣି ଗଣମାଧ୍ୟମ ଜରିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ” ହିନ୍ଦୁ ଙ୍କୁ ହିଂସ୍ର ” କହିବାର ଅଧିକାର ତାଙ୍କୁ କିଏ ଦେଲା । ରାହୁଲ ପ୍ରଥମେ ନିଜେ ସଂଯତ ହୁଅନ୍ତୁ ଏବଂ ହିନ୍ଦୁସ୍ତାନୀ ହୋଇ ରୁହନ୍ତୁ । ହିନ୍ଦୁ କେବେ ହିଂସା କରେ ନାହିଁ । ହିନ୍ଦୁ ସାରା ବିଶ୍ୱ କୁ ନିଜ ପରିବାର ଭାବେ । ହିନ୍ଦୁ ସର୍ବଦା ବଳିଦାନ ଦେଇଛି ଓ ସମାଜ ର କଲ୍ୟାଣ, ବିଶ୍ୱଭାତୃତ୍ୱ, ଶାନ୍ତି, ମୈତ୍ରୀ ର ପ୍ରତିଷ୍ଠା ପାଇଁ ସର୍ବଦା ସଂଗ୍ରାମ ଜାରି କରିଆସୁଛି । ରାହୁଲ ଙ୍କ ବାରମ୍ବାର ହିନ୍ଦୁ ବିରୋଧି ମନ୍ତବ୍ୟ ସମଗ୍ର ହିନ୍ଦୁ ସମାଜ କୁ ଗଭୀର ଆଘାତ ଦେଇଛି । ହିନ୍ଦୁତ୍ୱ କୁ ନେଇ ରାଜନୀତି ବନ୍ଦ କରନ୍ତୁ ରାହୁଲ, ନଚେତ ଆଗାମୀ ଦିନ ରେ ହିନ୍ଦୁ ସଂଗଠନ ମାନେ ଚୁପ ବସିବେ ନାହିଁ । ଗଣତନ୍ତ୍ର ର ପବିତ୍ର ମନ୍ଦିର ରେ ଥାଇ ରାହୁଲ ଙ୍କ ମନ୍ତବ୍ୟ ଏକ ସାମାଜିକ ଶାନ୍ତି କୁ ନଷ୍ଟ କରୁଛି । ତାଙ୍କ ର ଏହି ଉକ୍ତି ମଧ୍ୟ ପ୍ରଥମେ ଏକ ହିଂସାତ୍ମକ ଉକ୍ତି । ଏହି ଉକ୍ତି ପାଇଁ ରାହୁଲ ସମଗ୍ର ହିନ୍ଦୁ ସମାଜ ନିକଟରେ କ୍ଷମା ମାଗନ୍ତୁ ।

Leave a Reply