ଓଡ଼ିଆରେ ମେଡିକାଲ ପାଠପଢା

ଭୁବନେଶ୍ୱର: ଓଡ଼ିଆରେ ଏମ୍‌ବିବିଏସ୍ ପାଠ୍ୟପୁସ୍ତକ ପାଇଁ ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଧାରରେ ରାଜ୍ୟ ସରକାର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି କମିଟି ୧୫ଦିନ ମଧ୍ୟରେ ତାଙ୍କର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ଦେବେ । ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷାଦାନ ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମର ଓଡ଼ିଆରେ ଅନୁବାଦ, କେତେ ସମୟ ଲାଗିବ ଓ ଏସବୁ ନିମନ୍ତେ ଆବଶ୍ୟକ ପାଣ୍ଠି ଆଦି ନେଇ ଏହି କମିଟି ତାଙ୍କର ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୨୨ଜଣିଆ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ସାହୁ ରହିଥିବାବେଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଆବାହକ ଅଛନ୍ତି । ସଦସ୍ୟ ଭାବେ ବିଭିନ୍ନ ମେଡିକାଲ କଲେଜ ଓ ଭୁବନେଶ୍ୱର ଏମସ୍ ପ୍ରଫେସରମାନଙ୍କୁ ସାମିଲ କରାଯାଇଛି । ସଦସ୍ୟମାନେ ହେଲେ ଡାକ୍ତର ପ୍ରଭାସ ତ୍ରିପାଠୀ, ପ୍ରଫେସର, ଅର୍ଚ୍ଚନା ମିଶ୍ର,ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ଡାକ୍ତର ଭାରତ ପଟେଲ, ଡାକ୍ତର ପ୍ରଦୀପ କୁମାର ନାୟକ, ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ପ୍ରଫେସର ଦୁର୍ଗା ଶତପଥୀ, ପ୍ରଫେସର ପ୍ରଦୀପ୍ତ ପରିଡ଼ା, ପ୍ରଫେସର ପ୍ରସନ୍ନ କୁମାର ରାଠୋର, ଡାକ୍ତର ଲକ୍ଷ୍ମଣ ବାଗ, ପ୍ରଫେସର ରୀତାଞ୍ଜଳି ବେହେରା, ପ୍ରଫେସର ବିଷ୍ଣୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଡାକ୍ତର ବିଶ୍ୱନାଥ ବେହେରା, ପ୍ରଫେସର ମିହିର ରଞ୍ଜନ ନାୟକ, ପ୍ରଫେସର ରଞ୍ଜିତା ମହାପାତ୍ର,ଡାକ୍ତର ସୁଦୀପ୍ତ ନାୟକ, ଡାକ୍ତର ରାଜଶ୍ରୀ ରାଉତ ରହିଛନ୍ତି । ଏମାନଙ୍କ ବ୍ୟତୀତ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟା ଡଃ ପ୍ରେମାନନ୍ଦ ମହାପାତ୍ର ମଧ୍ୟ ସଦସ୍ୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *