Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ଗୋରୁ ବୋଝେଇ ବୋଲେରୋ ପିକ୍ ଅପ୍ ଜବତ; ୩ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ଗୋରୁ ବୋଝେଇ ବୋଲେରୋ ପିକ୍ ଅପ୍ ଜବତ; ୩ ଗୋରୁ ଉଦ୍ଧାର

ବଅଁରପାଳ : ଗତ ବିଳମ୍ବିତ ରାତ୍ରିରେ ବଅଁରପାଳ ପୋଲିସ ମହୀଧର ପୁରୁ ଛକ ଉପରୁ ଦୁଇ ଗୋରୁ ଗାଡ଼ି ଜବତ କରିଛି । ମୋଟ ଆଠଟି ବଳଦ ଉଭୟ ଗାଡ଼ିରେ ଥିବାବେଳେ ୫ ଟି ବଳଦ ଉଭାନ ହୋଇଯାଇଥିବା ବେଳେ ତିନୋଟି ବଳଦ କୁ ପୋଲିସ ଆଜି ଅନୁଗୋଳ ଗୋଶାଳାକୁ ପଠାଇଛି । ଦୁଇ ବୋଲେରୋ ପିକ୍ ଅପ୍ ଓ ଡି ୧୯ବି ୧୨୨୭ ଏବଂ ଓ ଡି ୦୫ ବି ଏଚ୍ ୬୨୮୯ କୁ ପୋଲିସ ଜବତ କରିଛି । ଗାଡ଼ିର ଚାଳକ ଏବଂ ବେପାରୀ ଫେରାର ଅଛନ୍ତି । ସୂଚନା ମୁତାବକ ଏହି ଦୁଇ ଗାଡ଼ି ନରସିଂହ ପୁରୁ ଅଞ୍ଚଳରୁ ଏହି ରାସ୍ତା ଦେଇ ଭାପୁରୁ କୁ ଯାଇଥାନ୍ତା । ମାତ୍ର ରାତ୍ରି ଗୋଟାଏ ବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମହୀଧରପୁରୁ ଛକ ଉପରେ ଯୋଜନା ମୁତାବକ ଧରିବାରେ ସକ୍ଷମ ହୋଇଥିଲା । ଏହି ଦିଗରେ ପୋଲିସ ଅଧିକ ତଦନ୍ତ ଚଳାଉଥିବା ଜଣାପଡିଛି ।

Leave a Reply