ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ରାହୁଲଙ୍କ କୁଶପୁତ୍ତଳିକା ଦାହ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଜିଉଙ୍କ ମନ୍ଦିର ଝୁଲଣ ମଣ୍ଡପ ସାମ୍ନାରେ ରାଷ୍ଟ୍ରିୟ ହିନ୍ଦୁ ସେନା ଓଡ଼ଗାଁ ତରଫରୁ ଶୁକ୍ରବାର ଦିନ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସାଧାରଣ ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ପରେ ୩ୟ ଥର ପାଇଁ ବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରିଥିବାବେଳେ ନରେନ୍ଦ୍ର ମୋଦି ୩ୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଲୋକସଭାରେ ଦ୍ୱିତୀୟ ବଡ଼ ଦଳ ଭାବେ ଉଭା ହୋଇଥିବା ଯାତୀୟ କଂଗ୍ରେସରୁ ରାହୁଲ ଗାନ୍ଧି ଲୋକସଭାରେ ବିରୋଧୀ ଦଳର ନେତା ଭାବେ ନିଯୁକ୍ତ ହେବା ପରେ ମୁଖର ହୋଇ ପଡିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ସଂସଦରେ ଆଲୋଚନା ଚାଲିଥିବାବେଳେ ରାହୁଲ ଗାନ୍ଧି ହିନ୍ଦୁ ମାନଙ୍କୁ ହିଂସ୍ରକ ଓ ଆତଙ୍କବାଦୀ ବୋଲି ବାରମ୍ବାର କହିଥିବାରୁ ଏହାକୁ ବିରୋଧ କରି ଓଡ଼ଗାଁ ରାଷ୍ଟ୍ରୀୟ ହିନ୍ଦୁସେନା ପ୍ରମୁଖ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ କାର୍ତ୍ତିକ ପଣ୍ଡା, ହିମାଦ୍ରୀ କୁମାର ମହାରଣା, ସନ୍ତୋଷ ପ୍ରଧାନ, ମାନସ ସାହୁ, ସମ୍ୱିତ ପ୍ରଧାନ, ସତ୍ୟଜିତ ସାହୁ, ଗନ୍ଧର୍ବ ପଣ୍ଡା, ସୋମନାଥ ବେହେରା, ଅଜୟ ମହାନ୍ତି, ବିଷ୍ଣୁ ପାଣିଗ୍ରାହୀ, ଟିକିନା ପାତ୍ର, ମୀରା ସାହୁ ଏବଂ ଅନ୍ୟ ମାନେ ସମ୍ମିଳିତ ହୋଇ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ମୃଦାବାଦ ନାରା ଦେଇ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ପରେ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *