Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ବଲାଙ୍ଗୀର ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ବଲାଙ୍ଗୀର ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର : ଶୁକ୍ରବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷୟତ୍ରୀ ଶ୍ରୀମତୀ କସ୍ତୁରି ରଥ ଓ ମୁଖ୍ୟବକ୍ତା ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ କସ୍ତୁରି ରଥ ଶିଶୁ ଶିକ୍ଷାରେ ମା ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ସ୍ୱାମୀ ପରମାନନ୍ଦ ସରସ୍ୱତୀ ଆଶ୍ରୀବଚନ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ । ଉପସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁବ୍ରତ କୁମାର ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା ।

Leave a Reply