ସାରା ଦେଶର ମେଡ଼ିକାଲ୍ କଲେଜରେ ସ୍ଥାପିତ ହେବ ତମାଖୁ ନିଷେଧ କେନ୍ଦ୍ର, ଏନ୍‌ଏମ୍‌ସି ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ଚିକିତ୍ସା ଆୟୋଗ(ଏନ୍‌ଏମ୍‌ସି) ଦେଶସାରାର ମେଡ଼ିକାଲ୍ କଲେଜରେ ତମାଖୁ ନିଷେଧ କେନ୍ଦ୍ର(ଟିସିସି) ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ଜାରି ନିର୍ଦ୍ଦେଶରେ ଏନ୍‌ଏମ୍‌ସି କହିଛନ୍ତି ଯେ ସାର୍ବଜନିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଏବଂ ତମାଖୁର ଉପଯୋଗର ପ୍ରତିକୂଳ ପ୍ରଭାବ ସହିତ ଯୁଝିବାକୁ ନିଜର ପ୍ରତିବଦ୍ଧତା ଅନୁରୂପ, ସରକାର ଦେଶସାରାର ମେଡ଼ିକାଲ୍ କଲେଜରେ ତମାଖୁ ସମାପ୍ତି କେନ୍ଦ୍ର ସ୍ଥାପିତ କରିବାକୁ ନିଷ୍ପତି ନେଇଛନ୍ତି । ଏହା ପୂର୍ବର ଉଦ୍ଦେଶ୍ୟ ଶୈକ୍ଷିକ ଏବଂ ସ୍ୱାସ୍ଥ୍ୟ ଦେଖାରଖା ଢାଂଚାରେ ତମାଖୁ ସମାପ୍ତି ପାଇଁ ବିଶେଷ ସେବାକୁ ଏକୀକୃତ କରି ସ୍ୱାସ୍ଥ୍ୟସେବାର ବୁନିୟାଦି ଢାଂଚାକୁ ମଜଭୁତ କରିବା । ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ମେଡ଼ିକାଲ କଲେଜ ସହିତ ଯୋଡ଼ିଥିବା ସମସ୍ତ ହସ୍ପିଟାଲକୁ ତମାଖୁ ସମାପ୍ତି କେନ୍ଦ୍ର ପାଇଁ ପ୍ରାବଧାନ କରିବାକୁ ଆଦେଶ ଦିଆଯାଇଛି । ଏହା ମନୋଚିକିତ୍ସା ବିଭାଗ ଏବଂ ଅନ୍ୟ ବିଭାଗ ଦ୍ୱାରା ସଂଚାଳିତ ଏକ ବିଶେଷ କ୍ଲିନିକ ହୋଇପାରେ । ଏହି କେନ୍ଦ୍ର ତମାଖୁ ମୁକ୍ତି ସହିତ ନିଶା ମୁକ୍ତି କେନ୍ଦ୍ର ରୂପେ ମଧ୍ୟ କାମ କରିବେ ।

Leave a Reply

Your email address will not be published. Required fields are marked *