Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତଲାକ୍ ପରେ ବି ସ୍ତ୍ରୀକୁ ଭରଣ ପୋଷଣ ଦେବ ସ୍ୱାମୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତଲାକ୍ ପରେ ବି ସ୍ତ୍ରୀକୁ ଭରଣ ପୋଷଣ ଦେବ ସ୍ୱାମୀ

ନୂଆଦିଲ୍ଲୀ : ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା । ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ । ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ ଉଜଚଉ ର ଧାରା ୧୨୫ ଅନୁଯାୟୀ ନିଜ ସ୍ୱାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ । ଜଷ୍ଟିସ ବିୱି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହ ଏହି ଯାଚିକାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି, କେତେକ ସ୍ୱାମୀ ଜାଣି ନାହାଁନ୍ତି ଯେ ସେମାନଙ୍କ ସ୍ତ୍ରୀ ଜଣେ ଗୃହିଣୀ, କିନ୍ତୁ ଏହି ଗୃହିଣୀଙ୍କ ପରିଚୟ ଭାବପ୍ରବଣ ତଥା ଅନ୍ୟାନ୍ୟ ଉପାୟରେ ସେମାନଙ୍କ ଉପରେ ହିଁ ନିର୍ଭର କରେ । କୋର୍ଟ କହିଛନ୍ତି, ଜଣେ ଭାରତୀୟ ବିବାହିତା ମହିଳା ସଚେତନ ହେବା ଉଚିତ ଯେ ସେ ଆର୍ôଥକ ଦୃଷ୍ଟିରୁ ସ୍ୱାଧୀନ ନୁହଁନ୍ତି । ଆଜିର ଶୁଣାଣିରେ ଆମେ ୨୦୧୯ ଅଧିନିୟମ ଅନୁଯାୟୀ ‘ବେଆଇନ ଛାଡପତ୍ର’ର ଦିଗ ଯୋଡିଛୁ । ଆମେ ଏକ ପ୍ରମୁଖ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, ଉଜଚଉ ର ଧାରା ୧୨୫ କେବଳ ବିବାହିତ ମହିଳାଙ୍କ ନୁହେଁ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ । ସୁପ୍ରିମକୋର୍ଟର ଏକ ଡବଲ ବେଞ୍ଚ ଜଣେ ମୁସଲମାନ ବ୍ୟକ୍ତିଙ୍କ ଯାଚିକା ଖାରଜ କରି ଦେଇଛନ୍ତି । ଯେଉଁଥିରେ ସେ ସିଆରପିସି ଧାରା ୧୨୫ ଅନୁଯାୟୀ ଛାଡପତ୍ର ଦେଇଥିବା ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଆଦେଶକୁ ଚ୍ୟାଲେଞ୍ଜକରିଥିଲେ । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମୁସଲିମ ମହିଳା ଅଧିନିୟମ, ୧୯୮୬ ଧାରା ୧୨୫ ର ବ୍ୟବସ୍ଥାକୁ ରଦ୍ଦ କରାଯିବ ନାହିଁ । ସୂଚନାଥାଉ କି, ଜଣେ ମୁସଲମାନ ମହିଳା ଆଗା ସ୍ୱାମୀଙ୍କୁ ଭରଣପୋଷଣ ଟଙ୍କା ଦାବିକରି ଏକ ପିଟିସନ ଦାଖଲ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଏକ ଅନୁରୋଧ କରାଯାଇଥିଲା ଯେ, ପ୍ରତି ମାସରେ ସେ ସ୍ୱାମୀଙ୍କ ଠାରୁ ୨୦ହଜାର ଟଙ୍କା ଭରଣପୋଷଣ ଟଙ୍କା ପାଇବାକୁ ଚାହାନ୍ତି । ଯାହାକୁ ମିଳିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ସୂଚନାଯୋଗ୍ୟ, ୧୯୮୫ର ଶାହବାନୋ ମାମଲା ପରଠାରୁ ସୁପ୍ରିମକୋର୍ଟ କ୍ରମାଗତ ଭାବରେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଛାଡପତ୍ର ନେଇଥିବା ମୁସଲମାନ ମହିଳାମାନେ ରକ୍ଷଣାବେକ୍ଷଣର ଅଧିକାର ପାଇଛନ୍ତି । ଶାହାବାନୋ ନିଷ୍ପତ୍ତିକୁ ସରକାର ଖାରଜ କରିଦେଇଥିଲେ, ହେଲେ ଏହା ପରେ ସୁପ୍ରିମକୋର୍ଟ ତିନ ତାଲାକ ନିଷ୍ପତ୍ତିରେ ମୁସଲମାନ ମହିଳାମାନଙ୍କର ରକ୍ଷଣାବେକ୍ଷଣ ଦିଗକୁ ସ୍ପଷ୍ଟ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁବିଧା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେବେଠାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଆସୁଛି ।

Leave a Reply