Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାରାଷ୍ଟ୍ରରେ ଏନ୍ ଡି ଏ ସରକାରଙ୍କ ବଡ ଘୋଷଣା ୪୪ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଛାଡ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାରାଷ୍ଟ୍ରରେ ଏନ୍ ଡି ଏ ସରକାରଙ୍କ ବଡ ଘୋଷଣା ୪୪ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଛାଡ ହେବ

ମୁମ୍ବାଇ: ମହାରାଷ୍ଟ୍ରରେ ଏନ୍ ଡି ଏ ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବ । ଶୁକ୍ରବାର ବିଧାନସଭାରେ ୨୦୨୪-୨୫ ବଜେଟ୍ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ସହିତ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ କପା ଓ ସୋୟାବିନ ଚାଷ କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ୫୦୦୦ ଟଙ୍କା ବୋନସ ଦିଆଯିବ । ଅଜିତ ପାୱାର କହିଛନ୍ତି ଯେ କପା ଏବଂ ସୋୟାବିନ ଫସଲ ପାଇଁ ଆମେ ହେକ୍ଟର ପିଛା ୫୦୦୦ ଟଙ୍କା ବୋନସ ଦେବୁ । ମହାରାଷ୍ଟ୍ରରେ ଆମେ ଦୁଗ୍ଧଚାଷୀଙ୍କୁ ମଧ୍ୟ ଲିଟର ପିଛା ୫ ଟଙ୍କା ବୋନସ୍ ଦେବୁ । ଜୁଲାଇ ୧, ୨୦୨୪ପରେ, ପଶୁ ଆକ୍ରମଣରେ ମୃତ୍ୟୁ ଘଟଣାରେ ସରକାର ଆର୍ôଥକ ସହାୟତା ବୃଦ୍ଧି କରିଛନ୍ତି, ବର୍ତ୍ତମାନ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ବଦଳରେ ୨୫ ଲକ୍ଷ ଟଙ୍କା ମିଳିବ । ଏହା ସହିତ ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଏବଂ ନଭି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କିଛି ହ୍ରାସ ଘଟିବ । ପେଟ୍ରୋଲରେ ଲିଟର ପିଛା ୬୫ ପଇସା ହ୍ରାସ ହେବ । ଏଥି ସହିତ ଡିଜେଲ ଲିଟର ପିଛା ୨ ଟଙ୍କା ଶସ୍ତା ହେବ । ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ଅଜିତ ପାୱାର ଏହା ଘୋଷଣା କରିଛନ୍ତି । ମୁମ୍ବାଇ ପାଇଁ ଡିଜେଲ ଉପରେ ଟିକସ ୨୪ ପ୍ରତିଶତରୁ ୨୧ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ପେଟ୍ରୋଲ ଉପରେ ଟିକସ ୨୬ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଉଛି । ଏହା ସହିତ ମହାରାଷ୍ଟ୍ର ସରକାର ‘ମୁଖ୍ୟମନ୍ତ୍ରୀ ଲଡକି ବହନ ଯୋଜନା’ ଆରମ୍ଭ କରିଛନ୍ତି । ଏହା ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ôଥକ ସହାୟତା ଦିଆଯିବ । ଏହି ସ୍ୱତନ୍ତ୍ର ଯୋଜନା ପାଇଁ ବଜେଟରୁ ୪୬୦୦୦ କୋଟି ଟଙ୍କା ଦିଆଯିବ । ସୂଚନାଯୋଗ୍ୟ ଯେ, ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Leave a Reply