Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରକାରୀ କର୍ମଚାରୀ ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରକାରୀ କର୍ମଚାରୀ ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ

ଗଜପତି: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବା ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କୁ ସାବାଡ କରିବାକୁ ଏଥିରେ ସଂସ୍କାର ମଧ୍ୟ ଆସିଛି । ଯେଉଁମାନେ ଟ୍ରାଫିକ୍ ନିୟମ ଅବମାନନା କରୁଛନ୍ତି; ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି । ତେବେ କିଛି ସ୍ଥାନରେ ଦେଖାଯାଉଛି ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମରେ ଖିଲାପ କରୁଛନ୍ତି । ଏଥିପାଇଁ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଏଥର ନିୟମ ଖିଲାପ କଲେ ଜରିମାନା ଆକାରରେ ବନ୍ଦ ହୋଇପାରେ ଦରମା । ଏହି ନିୟମ ଗଜପତି ଜିଲ୍ଲାରୁ ଆରମ୍ଭ ହୋଇଛି । ଏଠାରେ ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ସ୍ୱତନ୍ତ୍ର ଭାବରେ ଚିଠିକରିଛନ୍ତି ଗଜପତି ବ୍ଲକ୍ ଶିକ୍ଷା ଅଧିକାରୀ । ବ୍ଲକ ଶିକ୍ଷା ଅଧିକାରୀ ଯେଉଁ ଚିଠି କରିଛନ୍ତି, ସେଥିରେ ଲେଖାଅଛି ଯେ ବ୍ଲକ୍‌ରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ । ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ବାଇକ୍ ଚଳାଇବାବେଳେ ହେଲ୍‌ମେଟ ପିନ୍ଧିବା ଜରୁରୀ । ଏଣିକି ଯେ କେହି ଶିକ୍ଷକ ବିନା ହେଲମେଟ ବାଇକ ଚଳାଉଥିବା ଦେଖିବାକୁ ମିଳିବ ସେମାନଙ୍କୁ ଦଣ୍ଡ ଆକାରରେ ସେମାନଙ୍କ ଦରମା କଟାଯିବ ।

Leave a Reply