ପୂର୍ବ ସୁରୀଙ୍କ ଆଶୀର୍ବାଦରୁ ସମ୍ଭବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ । ଓଡ଼ିଆ ଅସ୍ମିତା ପାଇଁ ଏହି ଲଢେଇର ବିଜୟକୁ ସେ ପୂର୍ବ ସୂରୀମାନଙ୍କୁ ଆଶୀର୍ବାଦରୁ ହିଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ । ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି । ବିଜେପିର ବିଜୟ ଓଡ଼ିଆ ଆବେଗ, ଅଭିମାନ ଓ ସ୍ୱାଭିମାନର ପ୍ରତିଫଳନ, ଯାହାକୁ ଆମେ କାର୍ଯ୍ୟକର୍ତ୍ତାମାନେ କେବେ ବି ଭୁଲିବା ଉଚିତ୍ ନୁହେଁ । ଆଉ ମାତ୍ର ୧୨ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ନୂଆ ଓଡ଼ିଶା ଗଢିବା ସହ ବିକଶିତ ଭାରତର ସୈନିକ ହେବାର ଦାୟିତ୍ୱ ଆମ ହାତରେ ନ୍ୟସ୍ତ ଅଛି । ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ମୁଖ୍ୟ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ସମୟରେ ପୂରଣ କରିବା ପାଇଁ ହେବ । ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି । ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଓଡ଼ିଆ ଅସ୍ମିତା ହେଉଛି ସ୍ୱାବଲମ୍ବୀ ହେବା, ସମାଜରେ ସୁରକ୍ଷା ବଢାଇବା । ଓଡ଼ିଆ ଅସ୍ମିତାକୁ ପୂରଣ କରିବା ପାଇଁ ହେବ । କୋଟି କୋଟି ଓଡ଼ିଆ ଲୋକଙ୍କର ଆକାଂକ୍ଷା ବିଜେପି ସହ ଯୋଡିହୋଇଛି । ବିଜେପିକୁ ଆଗକୁ ନେବା ପାଇଁ ହେଲେ ଆମର ମୂଳ ବିଚାରଧାରାକୁ ଲୋକଙ୍କୁ ବୁଝାଇବା ପାଇଁ ହେବ । ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ଭାବେ କାମ କରିବ । ଏହି ଗୁରୁ ଦାୟିତ୍ୱକୁ ଆମେ ବୁଝିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଅକଥନୀୟ ପରିଶ୍ରମ କରି ଗାଁରୁ ସହର ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ସମର୍ପିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *