Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗର ପୁରୁଲିଆରେ ସାଧୁମାନଙ୍କ ଉପରେ ଆକ୍ରମଣ ମାମଲାରେ ୧୨ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗର ପୁରୁଲିଆରେ ସାଧୁମାନଙ୍କ ଉପରେ ଆକ୍ରମଣ ମାମଲାରେ ୧୨ ଗିରଫ

କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆରେ ତିନି ସାଧୁଙ୍କୁ ପିଟିବା ମାମଲାରେ ବିବାଦ ବଢ଼ିବା ପରେ ପୋଲିସ୍ ୧୨ ଜଣଙ୍କୁ ଗିରଫ କରିଛି । ପୋଲିସ୍‌ର ଦାବି ଯେ ସ୍ଥାନୀୟ ଲୋକମାନେ ତାଙ୍କୁ ଅପହରଣ କରିବାକୁ ଭାବି ଆକ୍ରମଣ କରିଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଂଚି ସାଧୁମାନଙ୍କୁ ଗହଳିରୁ ବଂଚାଇ ନିକଟବର୍ତୀ ପୋଲିସ୍ ଷ୍ଟେସନ ପହଂଚାଇଥିଲା । ପୁରୁଲିଆର ପୋଲିସ୍ ଅଧିକ୍ଷକ ଅଭିଜିତ ବାନାର୍ଜୀ ଘଟଣା ସମ୍ବନ୍ଧରେ କହିଛନ୍ତି ଯେ ସାଧୁମାନଙ୍କୁ ମାର୍‌ପିଟ କରିଥିବା ୧୨ ସନ୍ଧିଗ୍ଧଙ୍କୁ ଗିରଫ କରାଯାଇଛି । ଏବେ ମାମଲାର ଯାଂଚ କରାଯାଉଛି । ଘଟଣାରେ ସାମିଲ ଅନ୍ୟ ଲୋକଙ୍କ ତଲାସରେ ଚଢ଼ାଉ ମଧ୍ୟ କରାଯାଉଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୁରୁଲିଆ ଜିଲ୍ଲାର ରଘୁନାଥପୁର ସବ୍‌ଡିଭିଜନାଲ କୋର୍ଟରେ ହାଜର କରାଯିବ । ପୋଲିସ୍ ଏହା ମଧ୍ୟ କହିଛି ଯେ କିଛି ବାଳିକା ସାଧୁମାନଙ୍କୁ ଡରି ଦୌଡ଼ିବାରୁ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା, ଯାହାପରେ ଭିଡ଼ ସେମାନଙ୍କ ଉପରେ ଆକ୍ରମଣ କରିଛି । ପରେ ପୋଲିସ୍ ସାଧୁମାନଙ୍କୁ ଗଙ୍ଗାସାଗର ମେଳା ପହଂଚାଇବା ପାଇଁ ବାହାନର ବ୍ୟବସ୍ଥା କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଉତ୍ୟକ୍ତ ଭିଡ଼ ସାଧୁମାନଙ୍କୁ ବାହନରେ ମଧ୍ୟ ଭଙ୍ଗାଭଙ୍ଗି କରୁଥିବା ଦେଖାଯାଇଛି । ଉଲ୍ଲେଖନୀୟ ଯେ ଏହି ଘଟଣା ଗୁରୁବାର ଦିନ ହୋଇଥିଲା ।

Leave a Reply