ପଞ୍ଚମ ସମ୍ଭାଗସ୍ତରୀୟ ଦୁଇ ଦିନିଆକ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ବାଲିଗୁଡ଼ା :ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ପୂର୍ବ ସମ୍ଭାଗର ଖେଳକୁଦ ସମାରୋହ ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆଠାରେ ଉଦ୍ଘାଟିତ ହୋଇ ଯାଇଛି କ୍ଷ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ପାତ୍ର ଡ଼ି ପି ଇ ଓ ,ମୁଖ୍ୟ ବକ୍ତା ଦକ୍ଷିଣ ପୂର୍ବ ସଂଭାଗ ସମ୍ପାଦକ କିରଣ କୁମାର ପାଢୀ , ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ଗଂଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ସମେତ କ୍ରୀଡା ପରିଚାଳକ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାଦୁଇ ଦିନ ଧରି ଚାଲିବ ।ଏଥିରେ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାର ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହୋଇଥିବା କ୍ରୀଡାବିତଙ୍କୁ ନେଇ ଆୟୋଜିତ ହେଉଛି କ୍ଷ ଏଥିରେ କୃତକାର୍ଯ୍ୟ ପ୍ରତିଯୋଗୀ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟର ସମ୍ପାଦକ ସୂଚନା ଦେଇଛନ୍ତି କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି ଶିବ ଶଙ୍କର ପାତ୍ର,ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସମସ୍ତ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ଥିଲେ । ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସମାନ୍ତ ରାୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ୧୬୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି ।

Leave a Reply

Your email address will not be published. Required fields are marked *