Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟରେ ଖୋଲିବ ଚାଉଳ ଏଟିଏମ୍ : ମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟରେ ଖୋଲିବ ଚାଉଳ ଏଟିଏମ୍ : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣିବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇସ୍ତାହାରରେ ଆମେ ଏହା କହିଛୁ । ଏଇ ଖରିଫ୍ ଋତୁରୁ ଚାଷୀଙ୍କୁ ୩୧ଶହ ଦିଆଯିବ । ତେବେ କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ୨୩ଶହ କଲା ପରେ, ଆମକୁ ସୁବିଧା ହୋଇଛି । ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବ । ଏହା ବ୍ୟତୀତ ଚାଷୀମାନେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇଯିବେ । ମଣ୍ଡିରେ ଧାନ ସଂଗ୍ରହ କରିବା ସମୟରେ କୌଣସି କଟ୍‌ନୀ ଛଟ୍‌ନୀ କରାଯିବ ନାହିଁ, ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍ ଖୋଲିବ । ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା ସେମାନେ ଚାଉଳ ଉଠାଇବେ । ଏହି ଉପାୟରେ ମେସିନ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ । ଆଗାମୀ ସପ୍ତାହକ ମଧ୍ୟରେ ରାଜଧାନୀରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପରେ ରାଜ୍ୟର ସବୁ ଜିଲ୍ଲାରେ ଏପରି ଚାଉଳ ଏଟିଏମ୍ ଖୋଲାଯିବ ।

Leave a Reply