Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଚାଲାଣ ରୋକିବା ପାଇଁ ପୋଲିସ୍‌ର ପଦକ୍ଷେପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଚାଲାଣ ରୋକିବା ପାଇଁ ପୋଲିସ୍‌ର ପଦକ୍ଷେପ

ନିମାପଡ଼ା: ନିମାପଡା ଅଂଚଳରେ ପ୍ରତ୍ୟେକ ଦିନ ଗୋଚାଲାଣ ହେଉଥିବା ବେଳେ ଗୋରୁମାନଙ୍କୁ ବାହାରକୁ ଚାଲାଣ କରାଯାଉଛି । ନିକଟ ଅତୀତରେ ମୁସ୍‌ଲିମ୍ ପର୍ବ ଥିବା ବେଳେ ନିମାପଡା ଥାନା ପୋଲିସ୍ ଚାରିଛକ ଥାନା ପୋଲିସ୍ ଶତାଧିକ ଗୋରୁଙ୍କୁ ଉଦ୍ଧାର କରି ଗୋଶାଳାରେ ଛାଡିଥିବା ଜଣାପଡିଛି । ଗୋରୁ ଚାଲାଣ ଏକ ନିତିଦିନିଆ କାର୍ଯ୍ୟ ହୋଇଥିବା ବେଳେ ତୁଳସୀପୁର କୁସୁମାଠେଙ୍ଗ ବସ୍ତି, ଦିଘାଳୋ ବସ୍ତି ଓ ଗୋପ ଅଂଚଳରୁ ପ୍ରତ୍ୟେକ ଦିନ ଗୋରୁ ଓ ଗୋମାଂସ ବାହାରକୁ ଚାଲାଣ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଳକ ଅଂଚଳରେ ବ୍ୟାପକ ଗୋଚାଲାଣ ହେଉଥିବା ଘଟଣାରେ ନିମାପଡା ଓ ଚାରିଛକ ଥାନା ପୋଲିସ୍ ଗୋରୁମାନଙ୍କୁ ଉଦ୍ଧାର କରି ବାଲିଗୁଆଳି ଗୋଶାଳାରେ ଛାଡିଥିବା ବେଳେ ଗୋଚାଲାଣ ପୋଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ଗୋଚାଲାଣକାରୀମାନଙ୍କୁ ରୋକିବା ପାଇଁ ପୋଲିସ୍ ଏକ ଯୁଗା\”କାରୀ ପଦକ୍ଷେପ ନେବାକୁ ଯାଉଛି । ନିମାପଡା ଉପଖଣ୍ଡ ଅଂଚଳରେ ଗୋ ସୁରକ୍ଷା କମିଟି ଗଠନ ପାଇଁ ପୋଲିସ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦ଜଣିଆ କମିଟି ଗଠନ କରାଯାଇ ଗୋହତ୍ୟାକୁ ରୋକାଯିବା ପାଇଁ ପୋଲିସ୍ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଯେପରି କୌଣସି ଠାରୁ ଗୋଚାଲାଣ କରାନଯାଏ କୌଣସି ଠାରେ ଗୋଚାଲାଣ ହେଉଥିଲେ ତୁର\” ପୋଲିସ୍‌କୁ ଜଣାଇବା ପାଇଁ କହାଯାଇଛି । ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ କଳାପାଞ୍ଚଣ ବସ୍ତିରୁ ମଧ୍ୟ ଗୋଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । କଣ୍ଟେନର ସାହାଯ୍ୟରେ ଗୋଚାଲାଣ କରାଯାଉଥିବା ଜଣାପଡିଛି ।

Leave a Reply