Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନ୍ମ ତିଥି:ଅଟଳ ବିହାରୀ ବାଜପେୟୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନ୍ମ ତିଥି:ଅଟଳ ବିହାରୀ ବାଜପେୟୀ

ଜନ୍ମ ତିଥି:ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ୧୯୨୪ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀ । ସେ ଜଣେ ଉଚ୍ଚକୋଟୀର ପତ୍ରକାର, ରାଜନେତା ଏବଂ କବି ରୂପରେ ଖ୍ୟାତି ଅର୍ଜନ କରିଥିଲେ । ପାଠପଢ଼ା ସମୟରୁ ହିଁ ସେ ବଡ଼ ବଡ଼ ସ୍ୱାଧୀନତା ସଂଗ୍ରାମୀଙ୍କ ସହ କାନ୍ଧକୁ କାନ୍ଧ ମିଶାଇଥିଲେ । ତାଙ୍କର ରାଜନୈତିକ ଜୀବନ ସ୍ୱାଧୀନତା ସଂଗ୍ରାମରୁ ହିଁ ଆରମ୍ଭ ହୋଇଥିଲା । ଭାରତଛାଡ଼ ଆନ୍ଦୋଳନ ସମୟରେ ଅନ୍ୟ ନେତାଙ୍କ ସହ ମିଶି ସେ ଇଂରେଜ ବିରୋଧରେ ସ୍ୱର ଉତ୍ତୋଳନ କରି ଜେଲ୍ ଯାଇଥିଲେ । ଏହି ସମୟରେ ତାଙ୍କର ସାକ୍ଷାତ ହୋଇଥିଲା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ । ତାଙ୍କଠାରୁ ବାଜପେୟୀ ରାଜନୀତିରଅନେକ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ବିଜେପି ଦଳରେ ସାମିଲ ହେବା ପରେ ସେ ଦଳର ସଂଖ୍ୟାଗରିଷ୍ଠତା ଏବଂ ଦୃଢ଼ତା ବଜାୟ ରଖିବା ସକାଶେ କଠିନ ପରିଶ୍ରମ କରିଥିଲେ । ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରେ ସେ ନିଜ ଦାୟିତ୍ୱକୁ ଆହୁରି ଦୃଢ଼ତାର ସହ ସୂଚାରୁରୂପେ ସମ୍ପାଦନ କରିଥିଲେ । ୧୯୯୯ରେ କାରଗିଲ୍‌ରେ ହୋଇଥିବା ଭାରତ-ପାକ୍ ଯୁଦ୍ଧରେ ଭାରତକୁ ଯେଉଁ ବିଜୟ ହାସଲ ହୋଇଥିଲା, ତାହା ତାଙ୍କ ସରକାରକୁ ଆହୁରି ଦୃଢ଼ କରିଦେଲା । ଏହି ବିଜୟ ତାଙ୍କ ପ୍ରତିଚ୍ଛବିକୁ ବେଶ୍ ପ୍ରଭାବିତ କରିଥିଲା । ବାଜପେୟୀ ସରକାର ପୂରା ପାଞ୍ଚ ବର୍ଷ ପୂରଣ କରିବା ପରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ବେସରକାରୀ ସେକ୍ଟର୍‌ଗୁଡ଼ିକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ବିଦେଶରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ସହ ଆଇଟି ସେକ୍ଟର୍‌ରେ ଉନ୍ନତି ଆଣିଲେ । ବିଭିନ୍ନ ପ୍ରକାର ସଡ଼କ ଯୋଜନା ଏବଂ ଶିକ୍ଷା ଯୋଜନାର ମଧ୍ୟ ପ୍ରାରମ୍ଭ କରିଥିଲେ । ୧୯୯୮ରେ ପୋଖରାନ୍ ନ୍ୟୁକ୍ଲିୟର୍‌ର ସଫଳ ପରୀକ୍ଷଣ କରି ଦେଶ ପାଇଁ ଗୌରବ ଆଣିଥିଲେ ।

Leave a Reply