Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜମ୍ମୁକାଶ୍ମୀର ରିୟାସୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବଜରଙ୍ଗଦଳର ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜମ୍ମୁକାଶ୍ମୀର ରିୟାସୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବଜରଙ୍ଗଦଳର ବିକ୍ଷୋଭ

ଭୁବନେଶ୍ୱର : ଜମ୍ମୁକାଶ୍ମୀରର ବୈଷୋଦେବୀ କଟରାରୁ ଶିବଖୋଡ଼ି ଯିବା ସମୟରେ ରିୟାସୀଠାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଜୁନ୍ ୨୯ ତାରିଖରେ ପାକିସ୍ତାନ ଦ୍ୱାରା ପାଳିତ ଇସ୍‌ଲାମିକ ଜିହାଦୀ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ ଏବଂ ଏହାଦ୍ୱାରା ୧୦ ଜଣ ନିଘୋଷ ହିନ୍ଦୁ ତୀର୍ଥଯାତ୍ରୀ ସ୍ୱର୍ଗଗାମୀ ହେଇଛନ୍ତି । ସମଗ୍ର ଭାରତ ବର୍ଷର ଦେଶବାସୀ ଏହି କ୍ରୂର ଆତ୍ମଘାତୀ ଆକ୍ରମଣର ନିନ୍ଦା କରିଛନ୍ତି । ଜମ୍ମୁକାଶ୍ମୀର ବହୁ ବର୍ଷଧରି ପାକିସ୍ତାନ ଦ୍ୱାରା ପାଳିତ ଆତଙ୍କବାଦୀଙ୍କ ଦୌରାମ୍ୟ ଭୋଗୁଛି । ଧାରା ୩୭୦ ହଟିଲା ପରେ ଆଶାର କିରଣ ଜାଗ୍ରତ ହୋଇଛି, କିନ୍ତୁ ଲାଗୁଛି ଆତଙ୍କବାଦୀମାନଙ୍କ ମନୋବଳ ଏବେବି କମ୍ ହୋଇନାହିଁ । ହିନ୍ଦୁମାନଙ୍କୁ ଚିହ୍ନଟ କରି ତାଙ୍କ ହତ୍ୟା ଘଟଣା ବଢିଛି । ଏଥିରୁ ସ୍ପଷ୍ଟ ରୂପରେ ଅନୁମାନ କରାଯାଉଛି କି ଏଥରେ ପାକିସ୍ତାନର ହାତଅଛି । ଦେଶରେ ସାଂପ୍ରତିକ ସମୟରେ ନୂଆ ସରକାର ଶପଥ ଗ୍ରହଣ ସମୟରେ ଆତଙ୍କବାଦୀଙ୍କ ଏହିଭଳି ଦୁଃସାହସିକ କାର୍ଯ୍ୟ ଦେଶପ୍ରତି ଏକ ବିଦ୍ରୋହର ଆହ୍ୱାନ ସଦୃଶ ସନ୍ଦେଶ ପାଲଟିଛି । ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ ଏହି ଭୀରୁ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ନିନ୍ଦା କରୁଛି ଏବଂ ଆପଣଙ୍କୁ ନିବେଦନ କରୁଛିକି ଏହିପ୍ରକାର ଗତିବିଧି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ପାଇଁ ନିର୍ଣ୍ଣାୟକ ଏବଂ କଠୋର ପଦକ୍ଷେପ ଉଠେଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ତଥା ଏହି ପ୍ରକାର ରାଷ୍ଟ୍ର ବିରୋଧୀ ତତ୍ତ୍ୱମାନଙ୍କୁ ସରଂକ୍ଷଣ ଦେଉଥିବା ଜିହାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Leave a Reply