ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ବାସୁଦେବ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅନୁଷ୍ଠାନରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ତରଫରୁ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସଭାପତି ମହା ମଣ୍ଡଳେଶ୍ୱର ଶ୍ରୀ ମହନ୍ତ କମଳା କାନ୍ତ ଦାସ ମହାରାଜ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ବର୍ଗାଧିକାରୀ ସୁଶ୍ରୀ ଉଷାରାଣୀ ତ୍ରିପାଠୀ, ବର୍ଗ ସଂଯୋଜିକା ସୁଶ୍ରୀ ସୁକାନ୍ତି ଶତପଥୀ, କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ବିଷୋୟୀ, ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ବିଶ୍ୱମ୍ବର ପଣ୍ଡା, ବିଦ୍ୟା ମନ୍ଦିରର ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ କୁମୁଦ ରଂଜନ ପଣ୍ଡା ପ୍ରମୁଖ ଯୋଗଦାନ କରି ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ୧୨୦ ଜଣ ନୂତନ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉପସ୍ଥିତ ରହି ଶିକ୍ଷା ଅର୍ଜନ କରିଥିଲେ ।

Leave a Reply

Your email address will not be published. Required fields are marked *