Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶାଗ ବିକି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶାଗ ବିକି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ୍‌ରେ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକେ ଡଙ୍ଗର ପାହାଡ଼ରେ ଚାଷ କରି ପରିବାର ଚଳାନ୍ତି । ଏବେ ଆଉ କେହି ବି ଡଙ୍ଗର ପାହାଡ ଯାଉନାହାନ୍ତି କି ପାରମ୍ପରିକ ଚାଷ ମଧ୍ୟ କରୁନାହାନ୍ତି । କିନ୍ତୁ ଆଦିବାସୀ ମହିଳାମାନେ କାହା ହାତକୁ ଅନାଇ ବସି ନାହାନ୍ତି । ସେମାନେ ସବୁବେଳେ କଷ୍ଟକରି ପେଟକୁ ଦାନା ଯୋଗାଡ କରନ୍ତି । ବର୍ତ୍ତମାନ ଶାଗ ବିକ୍ରୀକରି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା । ପ୍ରତ୍ୟେକ ଦିନ ସକାଳ ସାତଟାରେ ଲକ୍ଷ୍ମୀପୁର ବଜାର ମଝୀ ରାସ୍ତାକଡ଼ରେ ବିଭିନ୍ନ ପ୍ରକାରର ଶାଗ ଧରି ଆଦିବାସୀ ମହିଳାମାନେ ଗ୍ରାହକଙ୍କୁ ଅପେକ୍ଷା କରି ବସି ରୁହନ୍ତି । ବିଭିନ୍ନ ରକମର ଶାଗ ମଧ୍ୟରୁ ବରଡା ଓ ବୋଇତାଳୁ ଶାଗର ଚାହିଦା ଅଧିକ ଥାଏ । ଖାସ କରି କୋରାପୁଟିଆ ବରଡ଼ା ଶାଗର ସ୍ୱାଦ ସବୁଠୁ ନିଆରା । ସକାଳ ସାତଟାରୁ ଆଠଟା ମାତ୍ର ଘଣ୍ଟାଏ ଭିତରେ ସବୁ ଶାଗ ସାରି ଯାଏ । ପ୍ରତ୍ୟେକ ଦିନ ଲକ୍ଷ୍ମୀପୁର ବଜାର କଡ଼ରେ ଶାଗ ପସରା ଧରି ମହିଳାମାନେ ବସିଥିବା ଦୃଶ୍ୟ ସବୁଠୁ ଅଲଗା ରୁହେ । କେବଳ ଶାଗ କିଣିବା ପାଇଁ ଲକ୍ଷ୍ମୀପୁର ବଜାରରେ ସକାଳୁ ସକାଳୁ ଭିଡ ଜମେ । ଆଦିବାସୀ ମହିଳାମାନେ ଭୋରୁ ଉଠି ପ୍ରତ୍ୟେକ ସ୍ଥାନ ବୁଲି ବୁଲି ଶାଗ ସଂଗ୍ରହ କରି ଆଣନ୍ତି । ବଜାରରେ ବିକ୍ରି ସରି ଗଲେ ସେଇ ପଇସାରେ ନିଜ ନିଜ ଘର ପାଇଁ ଦରକାରୀ ଜିନିଷ କିଣି ନିଅନ୍ତି ।

Leave a Reply