Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଂଗ୍ରେସ ସମୟରେ ଯବାନମାନଙ୍କୁ ମିଳୁନଥିଲା ପୋଷାକ, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍‌: ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଂଗ୍ରେସ ସମୟରେ ଯବାନମାନଙ୍କୁ ମିଳୁନଥିଲା ପୋଷାକ, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍‌: ମୋଦୀ

ସୋନିପତ: ହରିୟାଣାର ସୋନିପତରେ ଆଜି ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ସୈନିକମାନଙ୍କ ନାମରେ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, “ଆମର ସୈନ୍ୟବାହିନୀ ଏବଂ ସୈନିକମାନଙ୍କ ପ୍ରତି କଂଗ୍ରେସ ବିଶ୍ୱାସଘାତକତା କରିବାର ଇତିହାସ ରହିଛି । ଦେଶର ପ୍ରଥମ ଘୋଟାଲା କଂଗ୍ରେସ ପ୍ରଥମେ ଭାରତୀୟ ସେନାରେ କରିଥିଲା । ଯେତେ ଦିନ ପର୍ଯ୍ୟନ୍ତ ସେମାନେ କ୍ଷମତାରେ ଥିଲେ କଂଗ୍ରେସ ଏହି ଟ୍ରାକ୍ ରେକର୍ଡ ବଜାୟ ରଖିଥିଲା । ବୋଫର୍ସ ସ୍କାମ, ବୁଡ଼ାଜାହାଜ ସ୍କାମ, ହେଲିକପ୍ଟର ଦୁର୍ନୀତି କରିଥିଲେ । କଂଗ୍ରେସ ଭାରତୀୟ ସେନାବାହିନୀକୁ ଦୁର୍ବଳ କରି ରଖିଥିଲା । ଯାହାଦ୍ୱାରା ବିଦେଶରୁ ଅସ୍ତ୍ରଶସ୍ତ୍ର କିଣି ସେମାନେ ଲାଭ କରିପାରିବେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “କଂଗ୍ରେସ ସରକାର ଆମ ଯବାନମାନଙ୍କୁ ଉପଯୁକ୍ତ ପୋଷାକ, ଜୋତା, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ନଥିଲେ । ସେମାନଙ୍କ ପାଖରେ ଭଲ ରାଇଫଲ ମଧ୍ୟ ନଥିଲା । ମୁଁ ଭାରତର ସେନାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଅଭିଯାନ ଆରମ୍ଭ କଲି । ଆଜି ସେନା ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି । କେବଳ ଏତିକି ନୁହେଁ ଭାରତରେ ତିଆରି ହେଉଥିବା ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ଅନ୍ୟ ଦେଶକୁ ବିକ୍ରି ହେଉଛି । ମୋଦୀ ବିକଶିତ ଭାରତର ସଂକଳ୍ପ ନେଇ ବାହାରିଛି । ବିକଶିତ ଭାରତର ଚାରୋଟି ସ୍ତମ୍ଭ ହେଉଛି ଗରିବ, ଯୁବକ, ମହିଳା ଓ କୃଷକ । ମୋଦୀ ସେମାନଙ୍କୁ ଶକ୍ତିଶାଳୀ କରୁଛନ୍ତି, ଯାହାଫଳରେ ଭାରତ ଶକ୍ତିଶାଳୀ ହେବ । ” ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ହରିୟାଣା ଏପରି ଏକ ରାଜ୍ୟ ଯେଉଁଠାରେ ଦେଶପ୍ରେମ ଭରପୁର ହୋଇ ରହିଛି । ହରିୟାଣାବାସୀ ଜାତୀୟ ବିରୋଧୀ ଶକ୍ତିମାନଙ୍କୁ ଭଲଭାବେ ଜାଣିଛନ୍ତି ଏବଂ ଚିହ୍ନିଛନ୍ତି ।

Leave a Reply