Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦରଦାମ ବୃଦ୍ଧି: ଓଡ଼ିଶା ଦେଶରେ ୧ ନଂ. - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦରଦାମ ବୃଦ୍ଧି: ଓଡ଼ିଶା ଦେଶରେ ୧ ନଂ.

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେବାର ଅପବାଦ ମୁଣ୍ଡାଇଛି । ଏପ୍ରିଲ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଲଗାତର ଷଷ୍ଠ ମାସ ପାଇଁ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ପ୍ରତିଶତ ଉପରେ ରହିଛି । ଅପରପକ୍ଷରେ ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୨.୨ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ । କେବଳ ସେତିକି ନୁହେଁ, ଏପ୍ରିଲ ମାସରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୧୧ମାସର ସର୍ବନିମ୍ନ ସ୍ତର ୪.୮ପ୍ରତିଶତକୁ ଖସିଥିବା ବେଳେ ଓଡ଼ିଶାରେ କିନ୍ତୁ ଖସିବାର ନାଁ ଧରୁନି ଦରଦାମ ବୃଦ୍ଧି । ଏହାପୂର୍ବରୁ ୨୦୨୩ ନଭେମ୍ବର ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭ ପ୍ରତିଶତ ଥିବା ବେଳେ ଡିସେମ୍ବରରେ ଏହା ସର୍ବାଧିକ ୮.୭ ପ୍ରତିଶତକୁ ବଢ଼ିଥିଲା । ବଜାର ବିଶେଷଜ୍ଞଙ୍କ ମତରେ, ପନିପରିବାର ଚଢ଼ାଦର ତଥା ନିତିଦିନିଆ ସାମଗ୍ରୀ ଯୋଗାଣରେ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ଉଚ୍ଚା ରହିଛି ମୁଦ୍ରାସ୍ଫୀତି । ତେବେ ଓଡ଼ିଶା ପଛକୁ ଆସାମ, ଛତିଶଗଡ଼, ତେଲେଙ୍ଗାନା ଓ ହରିୟାଣା ରହିଛି । ଏହି ୪ ରାଜ୍ୟର ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ରହିଛି ।ଏପ୍ରିଲରେ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର ଦିଲ୍ଲୀରେ ରହିଛି । ଦିଲ୍ଲୀରେ ମୁଦ୍ରାସ୍ଫୀତି ହାର ୨.୨ ପ୍ରତିଶତ ରହିଛି । ଦିଲ୍ଲୀରେ ଗତବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ରେକର୍ଡ କରାଯାଇଥିଲା । ଏହାପରଠୁ ଲଗାତର ଭାବେ ଏହି ହାର ହ୍ରାସପାଇଛି । ସେହିପରି ପଶ୍ଚିମବଙ୍ଗରେ ମୁଦ୍ରାସ୍ଫୀତି ହାର ୩.୫% ରହିଥିବାବେଳେ ଉତ୍ତରପ୍ରଦେଶରେ ୩.୬%, ମହାରାଷ୍ଟ୍ରରେ ୩.୭% ଏବଂ ଝାଡ଼ଖଣ୍ଡରେ ପ୍ରାୟ ୪ ପ୍ରତିଶତ ରହିଛି ।

Leave a Reply