Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହାର୍ଡକୋର ମାଓବାଦୀ ସାମାୟା ମାଡକାମ ଓରଫ ପୁନିତ୍‌ର ଆତ୍ମସମର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହାର୍ଡକୋର ମାଓବାଦୀ ସାମାୟା ମାଡକାମ ଓରଫ ପୁନିତ୍‌ର ଆତ୍ମସମର୍ପଣ

କନ୍ଧମାଳ- କେକେବିଏନ ଡିଭିଜନ ର ଡିସିଏମ କମିଟି ମେମ୍ବର ତଥା ଅଷ୍ଟମ ପ୍ଲାଟୁନର କମାଣ୍ଡର ସାମାୟା ମାଡକାମ ଓରଫ ପୁନିତ(୨୯) ଆତ୍ମ ସମର୍ପଣ କରିଛି । ଦକ୍ଷୀଣାଂଚଳ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି । ଏ ସଂକ୍ରାନ୍ତରେ ଆଜି ଫୁଲବାଣୀ ସ୍ଥିତ ପୋଲିସ ମୁଖ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ଏହି ସୂଚନା ଦେଇଛନ୍ତି ଦକ୍ଷୀଣାଂଚଳ ପୋଲିସ ଡିଆଇଜି । ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ, ପୁନିତ ର ଘର ଛତିଶଗଡର ସୁକୁମା ଜିଲ୍ଲା ମଙ୍ଗଳପୁର ଗାଁରେ ବୋଲି ଜଣାପଡିଛି । ତାକୁ ୧୦ ବର୍ଷ ବୟସ ହୋଇଥିବା ବେଳେ ମାଓବାଦୀ ମାନେ ତାକୁ ଉଠାଇ ନେଇଥିଲେ । ୧୯ ବର୍ଷ ପୂର୍ବେ ତାକୁ ନେଇ ମାଓ ସଂଗଠନରେ ତାଲିମ ଦେବା ସହିତ ମାଓ ସଂଗଠନର ନୀତି ନିୟମର ତାଲିମ ଦେଇଥିଲେ । ଏହି ସମୟ ମଧ୍ୟରେ ସେ କିସ୍ତାରାମ ଏରିଆ କମିଟି, ସିତାନଦୀ ଏଲଓଏସ, ଉଡାନ୍ତି ଏଲଓଏସ, ମଣିପୁର ଏଲଜିଏସ, ଛତିଶଗଡ ବର୍ଡରର ଧର୍ମବନ୍ଧ ପ୍ଲାଟୁନ ଏବଂ ବର୍ତମାନ ସେ ମାଓ ସଂଗଠନ କେକେବିଏନ ଡିଭିଜନର ୮ମ ପ୍ଲାଟୁନର କମାଣ୍ଡର ବାବରେ କାର୍ଯ୍ୟରତ ଥିଲା । ତା ନାମରେ କନ୍ଧମାଳ, ବୌଦ୍ଧ, ଛତିଶଗଡ ଆଦି ଅଂଚଳରେ ୧୭ଟି ବିଭିନ୍ନ ହିଂସା ଓ ଆପରାଧିକ ମାମଲା ରହିଛି । ଏହା ସହିତ ସେ ଛତିଶଗଡ ବର୍ଡରରେ ମଧ୍ୟ ଅଧିକ ହିଂସାତ୍ମକ ମାମଲାରେ ସାମିଲ ଥିବା ନେଇ ପୋଲିସ ଅନୁମାନ କରୁଛି ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ପରେ ତାଲିମ ବେଳେ ତାକୁ କୁହାଯାଇଥିବା ମୁତାବକ ସଂଗଠନରେ ନୀତି ଆଦର୍ଶ ନଥିବା ଏବଂ ସଂଗଠନରେ ମହିଳା ମାନଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ଚାନ୍ଦା ଆଦାୟ, ନିରୀହ ମାନଙ୍କୁ ହତ୍ୟା କରାଯିବାଏବଂ ଗଞ୍ଜେଇ ଚାଲାଣ ଭଳି ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ତଥା କନ୍ଧମାଳ ଜିଲ୍ଲାରେ ଲଗାତାର ଭାବରେ ପୋଲିସର କୁମ୍ବିଙ୍ଗ ଏବଂ ମାଓ ପୋଲିସ ଗୁଳି ବିନିମୟ, ସଂଗଠନର ପଦସ୍ଥ କ୍ୟାଡର ମାନଙ୍କର ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା, ତଳିଆ କ୍ୟାଡର ମାନଙ୍କ ଉପରେ ଅତ୍ୟାଚାର ଓ ଅସଦବ୍ୟବହାର, କନ୍ଧମାଳ ଜିଲ୍ଲାରେ ଅଧିକ ସୁରକ୍ଷା କର୍ମୀ ନିୟୋଜନ ହେବା, ଲଗାତାର ଭାବରେ ଅଚାନକ ପୋଲିସ ଭୟ ସମେତ ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ସୁରକ୍ଷା ଦେବା ଏବଂ ନିର୍ବାଚନ ସମୟରେ ନିରୀହ କର୍ମଚାରୀ ମାନଙ୍କ ଉପରେ ସଂଗଠନର ଟାର୍ଗେଟକୁ ନାପସନ୍ଦ କରିବା ସହିତ ସେ ସରକାରଙ୍କର ଆତ୍ମସମର୍ପଣ ଯୋଜନାରେ ମାଓବାଦୀ ମାନଙ୍କ ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗରେ ଆକୃଷ୍ଟ ହୋଇ ସେ ଆତ୍ମସମର୍ପପଣ କରିଥିବା ନେଇ ଗଣମାଧ୍ୟମକୁ କହିଛି । ଏହା ସହିତ ଚଳିତ ଥର ନିର୍ବାଚନରେ ପୂର୍ବଥର ଭଳି କୌଣସି ଅଘଟଣ ନ ହେବା ପାଇଁ ପୋଲିସ ସମ୍ପୁର୍ଣ୍ଣ ସଜାଗ ରହିଛି । ତେଣୁ ଏଥର ଶାନ୍ତି ଓ ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ । ଆତ୍ମସମର୍ପପଣ ପରେ ପୁନିତକୁ ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ଆର୍ôଥକ ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ପ୍ରଦାନ କରାଯିବା ବୋଲି କହିଛନ୍ତି ଦକ୍ଷୀଣାଂଚଳ ଡିଆଇଜି ।

Leave a Reply