ଜାହାଜ ନିର୍ମାଣରେ ଅଧିକ ବ୍ୟବହାର ହେବ ସ୍ୱଦେଶ ତିଆରି ଯନ୍ତ୍ରାଂଶ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜାହାଜ ନିର୍ମାଣରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ପାଇଁ ସ୍ୱଦେଶୀ ସାମୁଦ୍ରିକ ଗ୍ରେଡ୍ ଇସ୍ପାତ ଯୋଗାଣ ପାଇଁ ନୂଆଦିଲ୍ଲୀଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି ଭାଗିଦାରୀ ମାଧ୍ୟମରେ ଉଭୟ ସଂସ୍ଥା ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା, ଦେଶର ସ୍ୱାର୍ଥ ପାଇଁ ଏହି ଜିନିଷଗୁଡିକର ଉତ୍ପାଦନ ଏବଂ ବ୍ୟବହାର ପାଇଁ ଦକ୍ଷତା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।ଏହି ବୁଝାମଣାପତ୍ର ଜଟିଳ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସରକାରୀ-ଘରୋଇ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଛି । ଆଇସିଜି ପାଇଁ ସାମୁଦ୍ରିକ-ଗ୍ରେଡ୍ ଇସ୍ପାତର ଠିକ୍ ସମୟରେ ଯୋଗାଣ ପାଇଁ ଜାହାଜ ନିର୍ମାଣ ୟାର୍ଡଗୁଡ଼ିକୁ ଏହି ବୁଝାମଣା ପତ୍ରରେ ଉତ୍ପାଦନ ପାଇଁ ନିର୍ଦ୍ଧାରିତ ଇସ୍ପାତ କାରଖାନା ସହିତ ଗୁଣବତ୍ତା, ଗ୍ରେଡ୍ ଏବଂ ପରିମାପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ରଖାଯାଇଛି ।ଆଇସିଜିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଇସିଜିର ଉପମହାନିର୍ଦ୍ଦେଶକ, ଆଇସିଜି ଆଇଜି ଏଚ୍ କେ ଶର୍ମା ଏବଂ ଜେଏସ୍ ପିର ମୁଖ୍ୟ ମାର୍କେଟିଂ ଅଫିସର ଏସ୍ କେ ପ୍ରଧାନ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Leave a Reply

Your email address will not be published. Required fields are marked *