Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି’


କଟକ : ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କଟକର କଲେଜ ଛକ ମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ଅକ୍ଷତ ବଣ୍ଟନ ଯାତ୍ରାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପବିତ୍ର ଅଯୋଧ୍ୟା ଧାମରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ଆଉ ମାତ୍ର ୧୧ ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ସହର କଟକରେ ମୁଁ ରାମଭକ୍ତ ମାନଙ୍କ ସହ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି । ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର । ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସବୁଠି ରାମମୟ ପରିବେଶ ତିଆରି ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନରେ ରାମନାମର ପଦଧ୍ୱନୀ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି । କେନ୍ଦ୍ରମନ୍ତ୍ରୀ ‘ସିୟାବର ରାମଚନ୍ଦ୍ର କୀ ଜୟ’ ସ୍ଲୋଗାନ ଦେବା ସହ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ା

Leave a Reply