ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମରେ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ


ଖଇରପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମରେ ଶୁକ୍ରବାର ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି ।ଶିବ ମନ୍ଦିରରେ ପ୍ରଥମ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ଠାକୁରଙ୍କୁ ଦିଆଯାଇଥିଲା । ଏହାପରେ ଗ୍ରାମବାସୀ ସଂକୀର୍ତ୍ତନ କରିବା ସହିତ ଗ୍ରାମପରିକ୍ରମା କରି ଅକ୍ଷତ ଓ ନିମନ୍ତ୍ରଣ ପତ୍ର ସମସ୍ତଙ୍କ ଘରେ ଘରେ ବଣ୍ଟନ କରିଥିଲେ । କୁଡୁମୁଲୁଗୁମ୍ଫା ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଅଜିତ ସିଂ ବରିହାଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତଦେବା ସହ ବିଏସ୍‌ଏଫ୍ କମାଣ୍ଡଣ୍ଟଙ୍କୁଦେଇ ନୃସିଂହ ମନ୍ଦିରରେ ନିମନ୍ତ୍ରଣକରାଯାଇଥିଲା । ଏହି ଅବସରରେରମେଶ ଚନ୍ଦ୍ର ରଥ, ଗୋପୀନାଥ ଦାସ,ଜ୍ୟୋତିରଞ୍ଜନ ବେହେରା, ସନ୍ତୋଷକୁମାର ସ୍ୱାଇଁ, ଭଗବାନ ସାହୁ, ରମାକାନ୍ତ ଧାକଡ଼, ସୁଶାନ୍ତ କୁମାର ରଥ, ଗୋପୀ ପାଙ୍ଗି, ପ୍ରଭାକର ଜେନା, ଅଶୋକ ଆଦ୍ୟ, ବାଦଲ ଡାକୁଆ, କାହ୍ନୁ ପ୍ରଧାନ,ସୁକୁରା କୁଆସି, ରାମ ମାଢ଼ି, ଗୁରୁ ମାଢ଼ି, ତୁଳା ଆଦବାରି, ଧାନ କୋପେ, ମହେଶ୍ୱର ସାହୁ ସହିତ କୁଡୁମୁଲୁଗୁମ୍ମା, ପାକନାଗୁଡ଼ା, ଲଙ୍ଗଳଗୁଡ଼ା, ବାଲିଗୁଡ଼ା ଗ୍ରାମର ଲୋକେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *