Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୨ରେ ବନ୍ଦ ରହିବ ରାଜ୍ୟ ସବୁ ମଦ ଦୋକାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୨ରେ ବନ୍ଦ ରହିବ ରାଜ୍ୟ ସବୁ ମଦ ଦୋକାନ

ଅଯୋଧ୍ୟା: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ । ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି । ସମଗ୍ର ରାଜ୍ୟରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଉକ୍ତ ଦିନ ଅର୍ଥାତ ୨୨ ତାରିଖରେ ଉତ୍ତରପ୍ରଦେଶରେ ମଦ ବିକ୍ରି ବନ୍ଦ ରହିବ । ଉକ୍ତ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି, ଆସନ୍ତା ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏପରି ଶୁଭ ମୁହୂର୍ତ୍ତରେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏନେଇ ସବୁ ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିରେ ସାମାନ୍ୟ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶବିଦେଶରୁ ୬ ହଜାରରୁ ଅଧିକ ଅତିଥି ଯୋଗ ଦେବେ । ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ମୁତୟନ କରାଯାଇଛି । ପ୍ରତି ଗଳି, ଛକ ଉପରେ ନଜର ରଖିବାକୁ କେବଳ ଅଯୋଧ୍ୟାରେ ୧୦ ହଜାର ସିସିଟିଭି ଲଗା ଯାଇଛି । ଅଯୋଧ୍ୟାକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରି ଦିଆଯାଇଥିବା ବେଳେ ମଝିରେ ମଝିରେ ଆମ୍ବୁଲାନ୍ସ ଛିଡ଼ା କରାଯାଇଛି । ସମଗ୍ର ଅଯୋଧ୍ୟା ଏବେ ରାମମୟ ହୋଇ ଯାଇଥିବା ବେଳେ ଅଯୋଧ୍ୟା ଏୟାରପୋର୍ଟରେ ଦେଖିବାକୁ ମିଳିଛି ପ୍ରଭୁ ରାମଙ୍କ ଛାପ । ଅଯୋଧ୍ୟାଙ୍କୁ ଭିଭିଆଇପି ଅତିଥିଙ୍କ ଆଗମନକୁ ଲକ୍ଷ୍ୟ ରଖଇ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି ।

Leave a Reply