Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁଶୁଡୁଛି ମାଓ ଦୁର୍ଗ ୨୩ ମାଓବାଦୀଙ୍କ ଆତ୍ମସମର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁଶୁଡୁଛି ମାଓ ଦୁର୍ଗ ୨୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭୁଶୁଡ଼ୁଛି ମାଓ ଦୁର୍ଗ । ସଂଗଠନ ପ୍ରତି ବିମୁଖ ହୋଇ ବହୁ ମାଓବାଦୀ ସଂଗଠନ ଛାଡୁଛନ୍ତି । ଅନ୍ୟପକ୍ଷରେ ଏବେ ସାରା ଦେଶରେ ଲୋକସଭା ନିର୍ବାଚନ ଜାରି ରହିଥିବାବେଳେ ବିଶେଷକରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ଯାହାକି ମାଓବାଦୀଙ୍କୁ ଭାରି ପଡ଼ିବାରେ ଲାଗିଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାଠାରେ ୨୩ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଛତିଶଗଡ଼ ଓ ସୀମାନ୍ତରେ ସକ୍ରିୟ ଥିବା ଭୈରମଗଡ଼ ମାଓକ୍ଷେତ୍ର କମିଟିରେ ଏହି ୨୩ଜଣ କାର୍ଯ୍ୟରତ ଥିଲେ । ସେମାନେ ସଂଗଠନରେ ସାମିଲ ହୋଇ ବିଭିନ୍ନ ହିଂସାତ୍ମକ କାର୍ଯ୍ୟ ଯଥା- ରାସ୍ତା ଖୋଳିବା, ଗଛ କାଟିବା, ବୋମା ଖଞ୍ଜିବା ଓ ମାଓ ବ୍ୟାନର, ପୋଷ୍ଟର ଲଗାଇବା ଭଳି କାର୍ଯ୍ୟରେ ନିୟୋଜିତ ରହିଥିଲେ । ତେବେ ସଂଗଠନରେ ମାଓ ସଦସ୍ୟଙ୍କ ଉପରେ ଅତ୍ୟାଚାର ତଥା ବିକାଶ ବିରୋଧୀ ମନୋଭାବ ଯୋଗୁ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଥିବା ଦାନ୍ତେୱାଡ଼ା ଏସ୍‌ପି ଗୌରବ ରାୟ କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Leave a Reply