ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଜଗତସିଂହପୁର : ଜଗତସିଂହପୁର ସମଙ୍ଗ ପଳାଷୋଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋବିଂଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ଦାଶ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ଶ୍ରୀଚରଣ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୍ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ବ୍ୟାଚ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ଓଡ଼ ିଶା ଶିକ୍ଷା ବିକାଶ ସମିତି(ପୂର୍ବ ସମ୍ଭାର୍‌) କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ଦାଶ, ସମ୍ମାନିତ ଅତିଥିଭାବେ ପାରାଦ୍ୱୀପ ପିପିଏଲସି ଜିଏମ୍ ସୁମିତ ସେନାପତି, ସମଙ୍ଗ ସରପଞ୍ଚ ମିନତୀ ଜେନା, ସମିତି ସଭ୍ୟ ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ଗୋଲଖ ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ କୁମାର ମହାନ୍ତି ବାରିକ ବିବରଣୀ ପଠନ କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ଅଦୈତ ଚରଣ ପାତ୍ର, କ୍ଷେତ୍ରମୋହନ ନନ୍ଦ, ଅକ୍ଷୟ କୁମାର ବେହେରାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଟ ଆଚାର୍ଯ୍ୟ ଗୌରଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଭିଭାବକ, ସ୍ଥାନୀୟ ଜନ ସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା’ ତଥା ଅଭିଭାବକମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *