Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି’

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି । ପଶ୍ଚିମବଙ୍ଗର ବର୍ଦ୍ଦମାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ଟିଏମସି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି । ଖୋଲାଖୋଲି ଭାବେ ହିନ୍ଦୁମାନଙ୍କୁ ଧମକ ଦିଆଯାଉଛି । ଏହି ସମୟରେ ମୋଦୀ କହିଛନ୍ତି ଯେ ମୁଁ ମଜା କରିବା ପାଇଁ ଏଠି ଆସିନାହିଁ, ମୁଁ ନିଜ ପାଇଁ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ଭାରତର ୧୪୦ କୋଟି ଦେଶବାସୀଙ୍କୁ ସେବା କରିବାକୁ ଜନ୍ମ ନେଇଛି । ଜୀବନରେ କେବଳ ଗୋଟିଏ ସ୍ୱପ୍ନ ଅଛି ତାହା ହେଉଛି ଆପଣମାନଙ୍କ ସ୍ୱପ୍ନକୁ ପୂରଣ କରିବା । ମୋର ନିଜର ଅର୍ଥ ହେଇଛି ମୋର ଭାରତ, ମୋ ପରିବାର । ମୁଁ ଆପଣଙ୍କ ସ୍ୱପ୍ନ ପାଇଁ ନିଷ୍ଠା ସହିତ ବଞ୍ଚୁଛି । ଆପଣଙ୍କ ବର୍ଷ ବର୍ଷ ଧରି ଦେଇଥିବା ସମର୍ଥନ ମୋତେ ନମ୍ର କରିଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ଟିଏମସି ଉପରେ ଆକ୍ରମଣ କରି କହିଛନ୍ତି ଯେ ବଙ୍ଗଳାରେ ହିନ୍ଦୁମାନଙ୍କୁ ଖୋଲାଖୋଲି ଧମକ ଦିଆଯାଉଛି, ହିନ୍ଦୁମାନଙ୍କୁ ବଙ୍ଗଳାରେ ଦ୍ୱିତୀୟ ଶ୍ରେଣୀ ଭାବେ ବିବେଚନା କରାଯାଏ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ମୁଁ ଗତକାଲି ଟିଭିରେ ଦେଖିଥିଲି ଯେ ବଙ୍ଗଳାର ଜଣେ ଟିଏମସି ବିଧାୟକ ଜନସାଧାରଣଙ୍କୁ ଧମକ ଦେଇଛନ୍ତି । ଯାହା କି ଭୁଲ ଅଟେ । ବଙ୍ଗଳାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ବିରୋଧୀ ଦଳ ଏବେ ଏହାକୁ ତୀବ୍ର ବିରୋଧ କରୁଛି । ସନ୍ଦେଶଖାଲିକୁ ନେଇ ମୋଦୀ କହିଥିଲେ ଆମର ଦଳିତ ଭଉଣୀମାନଙ୍କ ସହ କାହିଁକି ଏତେ ବଡ଼ ଅପରାଧ ଘଟିଲା । ସମଗ୍ର ଦେଶ କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଥିଲା, କିନ୍ତୁ ଟିଏମ୍‌ସି ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଥିଲା ।

Leave a Reply