ଚୂଆ ପାଣି ଭରସାରେ କୋରେଇର ଆଇଚପୁର ଗ୍ରାମବାସୀ

କୋରେଇ: ପ୍ରଚଣ୍ଡ ରୁଦ୍ର ତାପରେ ଜଳୁଛି ଗାଁଠୁ ସହର । ଗାଁ ଗାଁରେ ଦେଖାଦେଲାଣି ପାଣି ସମସ୍ୟା । ସ୍ୱାଧୀନତାର ୭୬ ବର୍ଷ ପରେ ଆଜିବି କୋରେଇରେ ଜଳ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ସରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏହା କୌଣସି କେବିକେ ଜିଲ୍ଲା ନୁହେଁ ଆମେ କହୁଛୁ ଓଡିଶା ରେ ନେତା ତିଆରି କରୁଥିବା ବିଧାନସଭା ମଣ୍ଡଳୀ କୋରେଇର କଥା,ଏହି ବ୍ଲକରେ ଏକାଧିକ ଗ୍ରାମପଞ୍ଚାୟତ ରେ ଦେଖା ଦେଇଛି ଜଳ ସଙ୍କଟ । ଏହି କ୍ରମରେ ପଛିକୋଟ ଗ୍ରାମପଞ୍ଚାୟତର ଆଇଚପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ।ଦୁଇ ମାସ ହେବ କୌଣସି ନଳକୂପ ରେ ପାଣି ବାହାରୁନି ପୂରୁଣା କୂଅ କିମ୍ବା ଶୁଖିଯାଇଥିବା ପୋଖରୀରେ ନିଜ ଉଦ୍ୟମ ରେ ଗର୍ତ୍ତ କରି ଝରୁଥିବା ପାଣିକୁ ନେଇ ସମସ୍ତ ଗ୍ରାମବାସୀ ନିତ୍ୟ ବ୍ୟବହାର କରିବା ସହିତ ଏହି ପାଣି କୁ ଫୁଟାଇ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଏହି ଗ୍ରାମରେ ପାଖା ପାଖି ୧୦୦ ପରିବାର ବସ ବାସ କରୁଥିଲେ ମଧ୍ୟ କୋରେଇ ପାନୀୟ ଜଳ ବିଭାଗ କି ପଛୀକୋଟ ପଞ୍ଚାୟତ ର ନିଷ୍କ୍ରିୟତା ପାଇଁ ଆଜି ୫୦୦ରୁ ଉର୍ଦ୍ଧ ଲୋକ ଜଳ ଭଳି ମୌଳିକ ଆବଶ୍ୟକତା ରୁ ବଞ୍ଚିତ ହୋଇଛନ୍ତି । ଗୋଟେ ପଟେ ଜିଲ୍ଲାପାଳଙ୍କ ନିର୍ଦେଶ ଅଛିକି ଯେଉଁ ଜାଗାରେ ପାନୀୟ ଜଳ ସଙ୍କଟ ରହିଛି ତୁରନ୍ତ ସେହି ପଞ୍ଚାୟତ ବା ପରିବାର ପାଖରେ ସୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆଯିବ । କିନ୍ତୁ କୋରେଇ ବ୍ଲକରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଗ୍ରାମବାସୀ ମନେ ଏହା ବିରୁଦ୍ଧରେ ଅସନ୍ତୋଷ କରିବା ସହିତ ଏହାର ତୁରନ୍ତ ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *