Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଏବେ ବିଶ୍ୱବନ୍ଧୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଏବେ ବିଶ୍ୱବନ୍ଧୁ


କଟକ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ କଟକ ସହରର ବୁଦ୍ଧିଜୀବୀଙ୍କ ଏକ ଭବ୍ୟ ସମାବେଶରେ ‘ବିଶ୍ୱବନ୍ଧୁ ଭାରତ’ ବିଷୟ ଉପରେ ତାଙ୍କର ବିଦେଶ ଗସ୍ତରେ ହୋଇଥିବା ଅନୁଭୂତି ଓ ମୋଦୀ ସରକାରଙ୍କ ସଫଳ ବିଚାର ସମ୍ପର୍କରେ ନିଜର ବୌଦ୍ଧିକ ବକ୍ତବ୍ୟ ରଖିଛନ୍ତି । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ ବିଶ୍ୱବନ୍ଧୁ ହେବା ନିହାତି ଜରୁରୀ । ଭାରତ ନିଜର ସୁରକ୍ଷା କରିବା ସହ ଅନ୍ୟ ଦେଶ ସହ ପାର୍ଟନରସିପ୍ କରିବା ପାଇଁ ସକ୍ଷମ ହୋଇଛି । ସମସ୍ତଙ୍କୁ ଏକତ୍ରିତ କରିବା ଶିଖିଛି ଭାରତ । ଦେଶର ଛବି ହେଉଛି ନେତାଙ୍କ ଛବି । ଆଜି ଭାରତକୁ ସାରା ବିଶ୍ୱ ବନ୍ଧୁବୋଲି ସମ୍ୱୋଧନ କରୁଛି । ପରୋକ୍ଷରେ ଏହା ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସମ୍ୱୋଧିତ କରାଯାଉଛି । ଗତ ୧୦ବର୍ଷରେ ମୋଦୀ ସରକାର ଅନେକ ରେକର୍ଡ କରିଛନ୍ତି । ଏହି ୧୦ବର୍ଷରେ ଦେଶ ପାଇଁ ମଜବୁତ ମୂଳଦୁଆ ପକାଇଛି ମୋଦୀ ସରକାର । ତେବେ ଏହା ଆଗାମୀ ୨୫ବର୍ଷ ଯାଏ ବାଟ କଢାଇ ନେବ । ଗାଁ ଗାଁକୁ ପକ୍କା ସଡ଼କ, ବିଜୁଳି, ପାସପୋର୍ଟ ସେବା ଆଦିରେ ଅନେକ ପରିବର୍ତ୍ତନ ହୋଇଛି । ସାଧାରଣ ନାଗରିକର ଜୀବନଧାରଣର ମାନ ବୃଦ୍ଧି ପାଇଛି । ଭାରତକୁ ବିଶ୍ୱରେ ଏକ ନମ୍ୱର ହେବାକୁ ହେଲେ ନୂଆ ଟେକ୍‌ନୋଲୋଜି ଓ ନୂଆ ଚାଲେଞ୍ଜର ସାମନା କରିବାକୁ ପଡିବ । ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା । ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍ । ୩ଏ, ୪ଏ ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ ୫ଏ ମେକ୍ ଇନ୍ ଇଣ୍ଡିଆ । ମହାମାରୀ ସମୟରେ ଆମ ଉପରେ ଅନେକ ଚାପ ଥିଲା । ବାହାରୁ ଭ୍ୟାକସିନ୍ ଆମଦାନୀ କରିବାକୁ କୁହାଯାଉଥିଲା । ମାତ୍ର ସେତେବେଳେ ଟିକାକରଣ ଜରୁରୀ ଥିଲା । ଆମେ ମେକ୍ ଇନ୍ ଇଣ୍ଡିଆ ଉପରେ ଭରସା କଲୁ । ଯାହା ଫଳରେ ମହାମାରୀର ମୁକାବିଲା କରିବାରେ ଆମେ ସଫଳ ହୋଇପାରିଛୁ । ପ୍ରତିରକ୍ଷା କଥା କହିବାକୁ ଯାଇ ସେ କହିଛନ୍ତି, ଭାରତ ତେଜସ୍ ନାମକ ଏକ ଯୁଦ୍ଧ ବିମାନ ପ୍ରସ୍ତୁତ କରିଛି । ଭାରତର ପ୍ରଧାନମନ୍ତ୍ରୀ ଏଥିରେ ବସି ଆମର ଭରସା ଓ ବିଶ୍ୱାସକୁ ବଢାଇଥିଲେ । ଆମକୁ ଆଗକୁ ବଢିବାକୁ ହେଲେ ଦୁନିଆ ସହ ସହଭାଗିତା କରିବାକୁ ହେବ । କୋଭିଡରେ ପ୍ରଭାବିତ ସତ୍ତ୍ୱେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା । ଭାରତର ଅର୍ଥନୀତି ବୃଦ୍ଧି କରିବାକୁ ହେଲେ ନୂଆ ଇଣ୍ଡଷ୍ଟ୍ରି ଯେପରି ଡ୍ରୋନ୍‌, ସ୍ପେସ୍‌, ଡିଜିଟାଲ୍ ଆଦିର ବ୍ୟବହାର କରିବାକୁ ହେବ । ଭାରତ ଆଜି ଏପରି ଏକ ଦେଶ ସମସ୍ତେ ଏଠାରେ ନିବେଶ କରିବାକୁ ଚାହୁଁଛନ୍ତି । ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ ବୋଲି ସେ କହିଛନ୍ତି । ଶ୍ରୀଲଙ୍କାକୁ ଆର୍ôଥକ ସଙ୍କଟରୁ ବାହାର କରିଥିଲା ଭାରତ । ତେବେ ମୋର ବିଶ୍ୱାସ, ଭାରତ ବିଶ୍ୱବନ୍ଧୁର ପରିଚୟ ସୃଷ୍ଟି କରିବ ବୋଲି ସେ ବୁଦ୍ଧିଜୀବୀ ସମ୍ମିଳନୀରେ କହିଛନ୍ତି ।

Leave a Reply