ରାଜନୀତିର ଲକ୍ଷ୍ୟ ହେଉଛି ରାଷ୍ଟ୍ରନିର୍ମାଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି । ରାଜନାଥ କହିଛନ୍ତି ରାହୁଲ ନିଆଁ ନୁହନ୍ତି । କିନ୍ତୁ ତାଙ୍କ ଦଳ ନିର୍ବାଚନ ଲାଭ ପାଇଁ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରି ନିଆଁ ସହ ଖେଳୁଛି । ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ରାଜନାଥ ସିଂ ସୂଚାଇ ଦେଇଛନ୍ତି ଯଦି ବିଜେପି କ୍ରମାଗତ ତୃତୀୟ ଥର କ୍ଷମତା ବଜାୟ ରଖେ, ତେବେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଏବଂ ଏକ ଦେଶ ଏକ ନିର୍ବାଚନ ଲାଗୁ କରିବା ଭଳି ବଡ ଯୋଜନା କାର୍ଯ୍ୟକାରୀ କରିବ । ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଏନଡିଏ ୪୦୦ ପ୍ଲସ୍ ସିଟ୍ ପାଇବ ଏବଂ ବିଜେପି ୩୭୦ ପ୍ଲସ୍ ସିଟ୍ ପାଇବ । ସ୍ଥିତିର ମୂଲ୍ୟାଙ୍କନ ପରେ ଏହି ଆକଳନ କରାଯାଇଛି ଏବଂ ଏହା କେବଳ କଳ୍ପନାଜଳ୍ପନା ନୁହେଁ । କଂଗ୍ରେସ ସାମାଜିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାକୁ ତଥା ଧାର୍ମିକ କ୍ଷେତ୍ରରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଧାର୍ମିକ କାରଣରୁ କଂଗ୍ରେସ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । କଂଗ୍ରେସ ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ଚାହୁଁଛି । ସେମାନେ ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି । ସେମାନଙ୍କ ପାଇଁ ମୋର ଏକ ପରାମର୍ଶ ଅଛି କେବଳ ସରକାର ଗଠନ ପାଇଁ ରାଜନୀତି କରାଯିବା ଉଚିତ ନୁହେଁ । ରାଜନୀତିର ଲକ୍ଷ୍ୟ ହେଉଛି ରାଷ୍ଟ୍ର ନିର୍ମାଣ । ରାଜନାଥ ଆହୁରି ମଧ୍ୟ କହିଛନ୍ତି ଦେଶର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ ରଖିବେ ଏବଂ ଗତ ୫ ବର୍ଷରେ ସରକାରଙ୍କ ପ୍ରଦର୍ଶନକୁ ଆଧାର କରି ବିଜେପି ଅଧିକ ଆସନ ଜିତିବ । ରାଜନାଥ କହିଛନ୍ତି ଏଥର ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଆମର ଆସନ ବୃଦ୍ଧି ପାଇବ ଏବଂ ତାମିଲନାଡୁରେ ଆମେ କିଛି ସିଟ୍ ପାଇବୁ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କଂଗ୍ରେସ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି, ସେମାନେ ହିନ୍ଦୁ-ମୁସଲିମ କାର୍ଡ ବ୍ୟବହାର କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *