Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ: କେକେବିଏନ୍ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛି । ସେ ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତା ନାମରେ ବିଭିନ୍ନ ଥାନାରେ ୧୭ରୁ ଊର୍ଦ୍ଧ୍ୱ ମାମଲା ରହିଛି । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଏହି ମାଓବାଦୀଜଣକ ହେଲେ ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ପଞ୍ଚାୟତ ମଙ୍ଗଳଗୁଡ଼ା ଗ୍ରାମର ସମୟ ମାଡକାମ ଓରଫ ନରେଶ । ଏ ନେଇ ମଙ୍ଗଳବାର କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେୁର୍ଦ୍ଦାନ୍ତ ମାଓବାଦୀର… ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ପଙ୍କଜ । ସମୟକୁ ଯେତେବେଳେ ୧୦ବର୍ଷ ହୋଇଥିଲା, ସେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା । ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ମାଓବାଦୀମାନେ ସାଙ୍ଗରେ ନେଇ ଯାଇଥିଲେ । ସଂଗଠନରେ ପହଞ୍ଚିବା ପରେ ସେଠାରେ ସେସବୁ ଓଲଟା କାର୍ଯ୍ୟକଳାପ ଦେଖିବାକୁ ପାଇଥିଲା । ମହିଳା ମାଓବାଦୀମାନଙ୍କୁ ଯୌନ ଶୋଷଣ ସହ ଭୟ ପ୍ରଦର୍ଶନ କରି ଚାନ୍ଦା ଆଦାୟ କରିବା ଏବଂ ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଂଗଠନରେ ସାମିଲ କରିବା ଆଦି କାର୍ଯ୍ୟ ଦେଖି ସମୟ ଅତିଷ୍ଠ ହୋଇ ପଡ଼ିଥିଲା । ଏଥିରେ ସେ ବୀତସ୍ପୃହ ହୋଇ ସଂଗଠନ ଛାଡ଼ିବା ସହ ଘର ଲୋକଙ୍କ ପାଖରେ ରହିବ ଓ ଚାଷବାସ କରିବ ବୋଲି ମତ ରଖିଛି । ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ଥଇଥାନ ନୀତି ଅନୁସାରେ ତାକୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଇଜି ଶ୍ରୀ ପଙ୍କଜ କହିଛନ୍ତି । ସେହିପରି ମାଓବାଦୀମାନେ ଗଞ୍ଜେଇ କାରବାରରେ ସାମିଲ ରହୁଥିବା ସେ ସୂଚନା ଦେଇଛି । ମାଓ ସଂଗଠନର କର୍ମକର୍ତ୍ତାମାନେ ଗଞ୍ଜେଇ ଚାଷ କରୁଥିବା ଏବଂ ଗଞ୍ଜେଇ ବ୍ୟବସାୟ କରୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ସମୟ କହିଛି । ତେବେ ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର କହିଛନ୍ତି ।

Leave a Reply