Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧାମନଗରରେ ଶ୍ରୀରାମ ବିଜୟା ଦଶମୀ ଶୋଭାଯାତ୍ରା ଘଟଣା ଟେକା ମାଡ ଫଳରେ ଉତ୍ତେଜନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧାମନଗରରେ ଶ୍ରୀରାମ ବିଜୟା ଦଶମୀ ଶୋଭାଯାତ୍ରା ଘଟଣା ଟେକା ମାଡ ଫଳରେ ଉତ୍ତେଜନା


ଧାମନଗର: ପବିତ୍ର ଶ୍ରୀରାମ ବିଜୟା ଦଶମୀ ଉପଲକ୍ଷେ ଧାମନଗର ବ୍ଲକରେ ଶୁକ୍ରବାର ରାତି ସାରା ଉତ୍ସବମୁଖର ହୋଇଛି । ଧାମନଗର ବଜାର ସମେତ ବିଭିନ୍ନ ଛକ ଓ ଗ୍ରାମାଞ୍ଚଳରେ ଗେରୁଆ ମୟ ହୋଇଥିଲା । ଜୟ ଶ୍ରୀରାମ ଧ୍ୱନୀରେ ଧାମନଗର ଅଞ୍ଚଳ ଦୁଲୁକୁଥିଲା । ଧାମନଗର ନିକଟସ୍ତ ରାମ ମନ୍ଦିର ଠାରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦ ଟି ପ୍ରଜ୍ଞାପନ ମେଢ଼ ରାତି ପ୍ରାୟ ୯ ଟାରୁ ବାହାରି ଶୋଭାଯାତ୍ରା ରେ ଧାମନଗର ମେଡ଼ିକାଲ ବଜାରରେ ପହଞ୍ଚି ଥିଲା । ରାମ ଭକ୍ତମାନେ ଗେରୁଆ ପୋଷାକ ପରିଧାନ ଓ ମୁଣ୍ଡରେ ଗେରୁଆ ପଟି ବାନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ଶୋଭାଯାତ୍ରାରେ ପ୍ରଜ୍ଞାପନ ମେଢ଼ । ଜୟ ଶ୍ରୀରାମ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଶୋଭାଯାତ୍ରାରେ ମେଢ଼ ସବୁ ଆସିବା ପରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଲସି, ସର୍ବତ, ପାନୀୟ ଜଳ ଓ ଅନ୍ନ ବ୍ୟବସ୍ଥା କରା ଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା ଉପସ୍ଥିତ ରହି ଭକ୍ତଙ୍କୁଅଭିନନ୍ଦନ ଜଣାଇଇଥିଲେ । ତେବେ ଏହି ଶୋଭାଯାତ୍ରା ଆସୁ ଥିବାବେଳେ ଥାନା ନିକଟ ଛକରୁ କେହି ଦୁର୍ବ ୃତ୍ତ ଶୋଭାଯାତ୍ରା ଉପରକୁ ଟେକା ମାଡ କରିଥିଲେ ଫଳର କିଛି ସମୟ ପାଇଁ ଉତେଜନା ସୃଷ୍ଟିହୋଇ ଥିଲା ।

Leave a Reply